୧ ଜୁଲାଇରୁ ବନ୍ଦ ହୋଇଯିବ ୧୦, ୨୦, ୫୦ ଓ ୧୦୦ ଟଙ୍କିଆ ନୋଟ୍‌? ଜାଣନ୍ତୁ କଣ କହିଲେ ସରକାର

ନୂଆଦିଲ୍ଲୀ,୨୯।୬: ସୋସିଆଲ ମିଡିଆରେ ଏବେ ଏକ ପୋଷ୍ଟ ଭାଇରାଲ ହେବାରେ ଲାଗିଛି, ଯେଉଁଥିରେ ଏକ ପୋଷ୍ଟର ସେୟାର କରାଯାଇଛି। ଏହି ପୋଷ୍ଟରରେ ‘ବ୍ୟାଙ୍କ ଅଫ୍ ମହାରାଷ୍ଟ୍ର’ର ଲୋଗୋ ରହିଛି। ପୋଷ୍ଟରରେ ଦାବି କରାଯାଇଛି ଯେ, ୧ ଜୁଲାଇ ୨୦୨୬ରୁ ୧୦, ୨୦, ୫୦ ଏବଂ ୧୦୦ ଟଙ୍କିଆ କାଗଜ ନୋଟ୍ ବନ୍ଦ ହୋଇଯିବ। ତେବେ ସବୁ ନୋଟ୍ ନୁହେଁ, ବରଂ ୨୦୦୫ ମସିହା ପୂର୍ବରୁ ପ୍ରିଣ୍ଟ ହୋଇଥିବା ପୁରୁଣା ନୋଟଗୁଡ଼ିକ ବ୍ୟାନ୍ ହେବ ବୋଲି ଏଥିରେ କୁହାଯାଇଛି।

ପୋଷ୍ଟରରେ ଏହା ମଧ୍ୟ ଦାବି କରାଯାଇଛି ଯେ, କାଗଜର ପୁରୁଣା ନୋଟ୍ ବନ୍ଦ କରିବାର ଏହି ନିଷ୍ପତ୍ତି ଭାରତୀୟ ରିଜର୍ଭ ବ୍ୟାଙ୍କ (RBI) ର ଅଟେ ଏବଂ ଏହା ଆଧିକାରିକ ଭାବେ ମାନ୍ୟ ଅଟେ। ଏହି ପୋଷ୍ଟକୁ ଲକ୍ଷ ଲକ୍ଷ ଲୋକ ସେୟାର, ଲାଇକ୍ ଏବଂ କମେଣ୍ଟ କରିଛନ୍ତି, କିନ୍ତୁ କେନ୍ଦ୍ର ସରକାର ଏବଂ ପିଆଇବି (PIB) ଏହାର ଫ୍ୟାକ୍ଟ ଚେକ୍ (ସତ୍ୟାସତ୍ୟ ଯାଞ୍ଚ) କରି ପ୍ରକୃତ ସଚ୍ଚୋଟତା ସାମ୍ନାକୁ ଆଣିଛନ୍ତି।

କେନ୍ଦ୍ର ସରକାରଙ୍କ ସ୍ୱୀକୃତିପ୍ରାପ୍ତ ସଂସ୍ଥା PIB ର ଫ୍ୟାକ୍ଟ ଚେକ୍‌ରୁ ଜଣାପଡ଼ିଛି ଯେ ଏହି ଦାବି ସମ୍ପୂର୍ଣ୍ଣ ମିଥ୍ୟା। PIB ର X (ଟ୍ୱିଟର) ଆକାଉଣ୍ଟରେ ଏହି ପୋଷ୍ଟରକୁ ନକଲି ବୋଲି କୁହାଯିବା ସହ ସୂଚନା ଦିଆଯାଇଛି ଯେ, ବ୍ୟାଙ୍କ ଅଫ୍ ମହାରାଷ୍ଟ୍ର ନାଁରେ ଭାଇରାଲ ହେଉଥିବା ନୋଟିସଟି ଜାଲ୍ ଅଟେ ଏବଂ ଏହାର ଦାବିଗୁଡ଼ିକ ଭୁଲ୍। ବ୍ୟାଙ୍କ ତରଫରୁ ଏଭଳି କୌଣସି ନୋଟିସ୍ ଜାରି କରାଯାଇ ନାହିଁ।

ସୋସିଆଲ ମିଡିଆରେ କିଛି ଗଣମାଧ୍ୟମ ରିପୋର୍ଟର ଦେଇ ପଲିମର ଅର୍ଥାତ୍ ପ୍ଲାଷ୍ଟିକ ନୋଟ୍‌ର ପ୍ରଶଂସା କରାଯାଉଛି। ପ୍ଲାଷ୍ଟିକ ନୋଟଗୁଡ଼ିକ କାଗଜ ନୋଟ୍ ତୁଳନାରେ ଅଧିକ ସ୍ଥାୟୀ ବୋଲି କୁହାଯାଉଛି। ଏହା ମଧ୍ୟ କୁହାଯାଉଛି ଯେ ପ୍ଲାଷ୍ଟିକ ନୋଟ୍ ଶୀଘ୍ର ଚିରିଯାଏ ନାହିଁ କିମ୍ବା ନଷ୍ଟ ହୁଏନାହିଁ ଏବଂ ଏହାର ନକଲ କରିବା ବା ଜାଲ୍ ନୋଟ୍ ପ୍ରସ୍ତୁତ କରିବା ଅତ୍ୟନ୍ତ କଷ୍ଟକର।


Enter your email to get our daily news in your inbox.

All Right Reserved By Dharitri.Com

ପ୍ରଥମ ଥର ଭାରତ-ଜାପାନ ଖେଳିବେ ଟି୨୦ମ୍ୟାଚ

ନୂଆଦିଲ୍ଲୀ, ୪ା୯: ଏସିଆନ ଗେମ୍ସ ପୂର୍ବରୁ ସେପ୍ଟେମ୍ବର ୨୨ରେ ଭାରତୀୟ ପୁରୁଷ କ୍ରିକେଟ ଦଳ ଜାପାନ ବିପକ୍ଷରେ ପ୍ରଥମ ଥର ଏକ ଅନ୍ତର୍ଜାତୀୟ ଟି୨୦ ମ୍ୟାଚ ଖେଳିବ।…

ଓଡ଼ିଶା ପାଇଁ ଗୌରବ: ଆଡ଼ଭାନ୍ସ ମାଉଣ୍ଟେନିୟରିଂ ପ୍ରଶିକ୍ଷଣ ପାଇଁ କାଶ୍ମୀର ଯିବେ ବରଗଡ଼ର ଆଶୀର୍ବାଦ ମହାପାତ୍ର

ବରଗଡ଼, ୪।୯(ପ୍ରେମାନନ୍ଦ ଖମାରୀ): ଓଡ଼ିଶାର ଜଣାଶୁଣା ଆନ୍ତର୍ଜାତୀୟ ପର୍ବତାରୋହୀ ତଥା ବରଗଡ଼ ଜିଲା ଅତାବିରା ବ୍ଲକ୍ ଅନ୍ତର୍ଗତ କୁଲିତାଟୁକୁରା ଗ୍ରାମର ବାସିନ୍ଦା ଆଶୀର୍ବାଦ ମହାପାତ୍ର ଆଡ଼ଭାନ୍ସ ମାଉଣ୍ଟେନିୟରିଂ…

ଖିମଜୀ ଦୟାଭାଇ କୋ.ଗ୍ରୁପ୍‌ ପାଳନ କରୁଛି ୯୦ ବର୍ଷର ବିଶ୍ୱାସ, କାରିଗରୀ ଓ ସଫଳତା

ଭୁବନେଶ୍ୱର: ଓଡ଼ିଶାର ଐତିହ୍ୟବାହୀ ଜୁଏଲେରୀ ବ୍ରାଣ୍ଡ ଖିମଜୀ ଦୟାଭାଇ କୋ. ଗ୍ରୁପ ଗର୍ବର ସହ ନିଜର ୯୦ ବର୍ଷର ଯାତ୍ରା ପାଳନ କରୁଛି। ୧୯୩୬ ଅଗଷ୍ଟରୁ ଆରମ୍ଭ…

ଏବେ କିଣିନିଅନ୍ତୁ ସୁନା, ବଢିବ ସୁନାଦର; ଏକ୍ସପର୍ଟ କହିଦେଲେ କେବେ…

ନୂଆଦିଲ୍ଲୀ,୪।୯: ପାର୍ୱଣ ଏବଂ ବିବାହ ଋତୁ ପାଇଁ ପ୍ରସ୍ତୁତି ଚଳାଇଥିବା ଲୋକଙ୍କ ନିମନ୍ତେ ସେପ୍ଟେମ୍ୱର ମାସଟି ବେଶ ଗୁରୁତ୍ୱପୂର୍ଣ୍ଣ ସାବ୍ୟସ୍ତ ହୋଇପାରେ। ସମ୍ପ୍ରତି ସୁନା ଦରରେ କିଛିଟା…

ସ୍କୁଟି-ଆମ୍ବୁଲାନ୍ସ ମୁହାଁମୁହିଁ ଧକ୍କା: ଚାଲିଗଲା ଶିକ୍ଷକଙ୍କ ଜୀବନ

ମାଲକାନଗିରି,୪।୯(ଦୁର୍ଯ୍ୟୋଧନ ପାତ୍ର): ମାଲକାନଗିରି ଜିଲା ମାଥିଲି ବ୍ଲକ୍‌ ଅଞ୍ଚଳରେ ଏକ ସ୍କୁଟି ଓ ଆମ୍ବୁଲାନ୍ସ ମଧ୍ୟରେ ମୁହାଁମୁହିଁ ଧକ୍କା ହେବାରୁ ଜଣେ ଶିକ୍ଷକଙ୍କ ମୃତ୍ୟୁ ଘଟିଛିା। ମୃତକ…

ଜିଲାପାଳଙ୍କ ଦ୍ୱାରସ୍ଥ ହେଲେ ଖେଳାଳି, କାହିଁକି ଜାଣନ୍ତୁ…

ନୂଆପଡ଼ା,୪ା୯(ମକାରୁ ବେମାଲ): ନୂଆପଡ଼ା ଜିଲାରେ ଦିବ୍ୟାଙ୍ଗ କ୍ରିକେଟ ଖେଳର ବିକାଶ ପାଇଁ ଗୁରୁବାର ଜନସଂଘର୍ଷ ଦିବ୍ୟାଙ୍ଗ କ୍ରିକେଟ ଆସୋସିଏଶନ (ଜେଏସ୍‌ଡିସିଏ) ଜିଲାପାଳଙ୍କ ଦ୍ୱାରସ୍ଥ ହୋଇଛି। କୋଚ୍‌ କପିଳଦେବ…

ଗାଡ଼ିଚାଳକଙ୍କୁ ଗୋଲାପ ଦେଇ ସୁରକ୍ଷିତ ଯାତ୍ରାର ବାର୍ତ୍ତା ଦେଲା ପୁରୁଷୋତ୍ତମପୁର  ପୋଲିସ

ପୁରୁଷୋତ୍ତମପୁର, ୪।୮ (ସବିତା ମିଶ୍ର): ଗଞ୍ଜାମ ଜିଲ ପୁରୁଷୋତ୍ତମପୁର ପୋଲିସ ପକ୍ଷରୁ ଶୁକ୍ରବାର ସଡ଼କ ଦୁର୍ଘଟଣାଜନିତ ଶୂନ୍ୟ ମୃତାହତ ଲକ୍ଷ୍ୟରେ ସଚେତନତା ସପ୍ତାହ ପାଳିତ ହୋଇଯାଇଛି। ଆଇଆଇସି…

ମାଛଚାଷରେ ମାଇକ୍ରୋଆଲଗେ ବ୍ୟବହାର, ବାଣିଜ୍ୟ ସମ୍ଭାବନାକୁ ନେଇ…

ଭଞ୍ଜନଗର,୪ା୯(ବାବୁଲା ପ୍ରଧାନ): ମାଛଚାଷରେ ମାଇକ୍ରୋଆଲଗେର ବ୍ୟବହାର ଓ ଏହାର ବାଣିଜି୍ୟକ ସମ୍ଭାବନାକୁ ନେଇ ଭଞ୍ଜନଗର ନିକଟସ୍ଥ ଦୁବ ଫିସ ଫାର୍ମରେ ଏକ ପ୍ରଶିକ୍ଷଣ ଶିବିର ଅନୁଷ୍ଠିତ ହୋଇଯାଇଛି।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri