ମୁମ୍ବାଇ,୬।୨: ଭାରତୀୟ ରିଜର୍ଭ ବ୍ୟାଙ୍କ (RBI) ଚଳିତ ଆର୍ଥିକ ବର୍ଷର ଶେଷ ମୁଦ୍ରାନୀତି ଘୋଷଣା କରିଛି। ଆର୍ବିଆଇ ଗଭର୍ଣ୍ଣର ସଞ୍ଜୟ ମାଲହୋତ୍ରାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ସୁଧ ହାର ବା ରେପୋ ରେଟ୍କୁ ୫.୨୫% ରେ ଅପରିବର୍ତ୍ତିତ ରଖିବାକୁ ନିଷ୍ପତ୍ତି ନିଆଯାଇଛି।
ବର୍ତ୍ତମାନର ଆର୍ଥିକ ସ୍ଥିତି ଓ ବଜାର ଦରକୁ ଦୃଷ୍ଟିରେ ରଖି ରିଜର୍ଭ ବ୍ୟାଙ୍କ ସୁଧ ହାର ବଢ଼ାଇ ନାହିଁ କି କମାଇ ନାହିଁ। ଏହାର ଅର୍ଥ ହେଉଛି, ବ୍ୟାଙ୍କଗୁଡ଼ିକ ଆର୍ବିଆଇଠାରୁ ପୂର୍ବଭଳି ସମାନ ସୁଧରେ ଋଣ ପାଇବେ।
ଏହାର ଅର୍ଥ ଯଦି ଆପଣ ପୂର୍ବରୁ ଘର, ଗାଡ଼ି କିମ୍ବା ବ୍ୟକ୍ତିଗତ ଋଣ ନେଇଛନ୍ତି, ତେବେ ଆପଣଙ୍କ ମାସିକ କିସ୍ତି ବା EMI ରେ କୌଣସି ପରିବର୍ତ୍ତନ ହେବ ନାହିଁ। ନୂଆ କରି ଋଣ ନେବାକୁ ଚାହୁଁଥିବା ଲୋକଙ୍କ ପାଇଁ ମଧ୍ୟ ସୁଧ ହାର ସ୍ଥିର ରହିବ। ଅର୍ଥାତ ଯଦି ଆପଣ ୫୦ ଲକ୍ଷ ଟଙ୍କାର ଗୃହ ଋଣ ନେଇଛନ୍ତି ଏବଂ ମାସକୁ ୩୭,୩୪୬ ଟଙ୍କା କିସ୍ତି ଦେଉଛନ୍ତି, ତେବେ ଆଗକୁ ମଧ୍ୟ ସମାନ ଟଙ୍କା ଦେବାକୁ ପଡ଼ିବ।
ମୁଖ୍ୟ ପଏଣ୍ଟ:
ରେପୋ ରେଟ୍: ୫.୨୫%
SDF ରେଟ୍: ୫.୦୦%
MSF ଓ ବ୍ୟାଙ୍କ ରେଟ୍: ୫.୫୦%