ରାୟଗଡ଼ା,୨୬।୯(ଆଶିଷ ରଞ୍ଜନ ପଣ୍ଡା)- ଶୁକ୍ରବାର ପ୍ରକାଶିତ ଓଡ଼ିଶା ସିଭିଲ ସର୍ଭିସ ପରୀକ୍ଷାରେ ରାୟଗଡାର ଝିଅ ତନିସା ବେହୁରା ସଫଳତା ଅର୍ଜନ କରିଛନ୍ତି। ପ୍ରକାଶିତ ଓଏଏସ୍ ପରୀକ୍ଷାରେ ସେ କୃତକାର୍ଯ୍ୟ ହାସଲ କରିଛନ୍ତି। ସେ ରାୟଗଡ଼ାର ଦିଲିପ କୁମାର ବେହୁରା ଓ ନିବେଦିତା ବେହୁରାଙ୍କ ଝିଅ। ସେ ସ୍ଥାନୀୟ ସାର୍କେଡ ହାର୍ଟ ସ୍କୁଲରରୁ ଦଶମ ଶ୍ରେଣୀ ପରୀକ୍ଷାରେ ପାସ କରିବା ପରେ ଭୁବନେଶ୍ବରର ଓଡିଏମ୍ ସ୍କୁଲରୁ ଯୁକ୍ତ ଦୁଇ ବିଜ୍ଞାନରେ ପ୍ରଥମ ଶ୍ରେଣୀରେ ପାସ କରିଥିଲେ। ତାପରେ ବିଜେବି ସ୍ବୟଂ ଶାସିତ ମହାବିଦ୍ୟାଳୟରୁ ଯୁକ୍ତ ତିନି ପରୀକ୍ଷା ପ୍ରଥମ ଶ୍ରେଣୀରେ ପାସ କରିଥିଲେ। ତାଙ୍କର ଏହି ସଫଳତାର ଶ୍ରେୟ ନିଜ ପିତାମାତା ଓ ଗୁରୁଜନ ମାନଙ୍କୁ ଦେଇଛନ୍ତି ।