ରାୟଗଡ଼ା,୧୦।୨(ଆଶିଷ ରଞ୍ଜନ ପଣ୍ଡା)- ଓଡ଼ିଶା ଶକ୍ତି ଉତ୍ତୋଳନ ସଂଘ ପକ୍ଷରୁ ଭୁବନେଶ୍ୱର ସ୍ଥିତ ଉତ୍କଳ କରାଟେ ବିଦ୍ୟାଳୟଠାରେ ୬ରୁ ୮ ତାରିଖ ତିନିଦିନିଆ ୩୨ତମ ରାଜ୍ୟ ଶକ୍ତି ଉତ୍ତୋଳନ ପ୍ରତିଯୋଗିତା ଅନୁଷ୍ଠିତ ହୋଇଯାଇଛି । ଏଥିରେ ସାରା ରାଜ୍ୟରୁ ୩୫୨ଜଣ କ୍ରୀଡ଼ାବିତ ଯୋଗଦେଇଥିବା ବେଳେ ରାୟଗଡ଼ା ଜିଲାର ୨୨ଜଣ ଅଂଶଗ୍ରହଣ କରିଥିଲେ । ରାୟଗଡ଼ା ଜିଲାର ପ୍ରତିଯୋଗୀଙ୍କ ମଧ୍ୟରୁ କନିଷ୍ଠ ବର୍ଗ ୫୩କେଜିରେ ନିମାଲପୁରୀ ତରୁଣ ସ୍ୱର୍ଣ୍ଣ, ୫୯କେଜିରେ ଅଭିଷେକ ହିମିରିକା ସ୍ୱର୍ଣ୍ଣ, ବରିଷ୍ଠ ବର୍ଗରେ ୫୯କେଜିରେ ତେଜାବ କୁମାର ସୁନା ସ୍ୱର୍ଣ୍ଣ, ମାଷ୍ଟର ବର୍ଗ ୭୪କେଜିରେ ବିଟିବି ରାମନାମୂର୍ତି ସ୍ୱର୍ଣ୍ଣ, କନିଷ୍ଠ ବର୍ଗ ୯୩କେଜିରେ ବିଶ୍ୱରଞ୍ଜନ ପାଣି ରୌପ୍ୟ, କନିଷ୍ଠ ବର୍ଗ ୧୦୫କେଜିରେ ମୋହିତ ଗିରି ସ୍ୱର୍ଣ୍ଣ ଓ ଦେବଶଙ୍କର ଗାନ୍ଧୀ ରୌପ୍ୟ ପଦକ ପାଇଛନ୍ତି । ସେହିଭଳି କନିଷ୍ଠ ବର୍ଗ ୭୫କେଜିରେ ସୌମ୍ୟ ରଞ୍ଜନ ସାମଲ କାଂସ୍ୟ, ଉପକନିଷ୍ଠ ୯୩କେଜିରେ ନିଲେଶ ଗୌଡ଼ ରୌପ୍ୟ ଏବଂ ମାଷ୍ଟର ବର୍ଗ ୬୩କେଜିରେ ଦମୟନ୍ତୀ ବାତ୍ରିଆ ରୌପ୍ୟ ପଦକ ପାଇଛନ୍ତି । ଖେଳାଳିମାନେ ରାୟଗଡ଼ା ଶକ୍ତି ଉତୋଳନ ସଂଘର ସମ୍ପାଦକ ସଦାଶିବ ତ୍ରିପାଠୀ ଙ୍କ ତତ୍ୱାବଧାନରେ ଭୁବନେଶ୍ୱରରେ ପ୍ରତିଯୋଗିତାରେ ଅଂଶଗ୍ରହଣ କରି ସଫଳତା ହାସଲ କରିଛନ୍ତି । ଏହି ପ୍ରତିଯୋଗିତାରେ ରାୟଗଡ଼ା ଟିମ୍ ପାଇଁ ତେଜାବ ଟିମ୍ ମ୍ୟାନେଜର ଦାୟିତ୍ୱ ତୁଲାଇଥିବା ବେଳେ ରାମନାମୂର୍ତି କୋଚ୍ ହିସାବରେ ଦାୟିତ୍ୱ ତୁଲାଇଥିଲେ । ମୋଟ ୧୦ଟି ପଦକ ହାସଲ କରି ରାୟଗଡ଼ା ଜିଲାକୁ ଗୌରାବନ୍ୱିତ କରିଥିବା କାରଣରୁ ସମସ୍ତ କ୍ରୀଡ଼ାବିତ୍ଙ୍କୁ ଜିଲା ଶକ୍ତି ଉତୋଳନ ସଂଘର ସଂଘ ସଭାପତି ଦୁର୍ଗା ପ୍ରସାଦ ପଣ୍ଡା, ସାଧାରଣ ସମ୍ପାଦକ ସଦାଶିବ ତ୍ରିପାଠୀ ଏବଂ ଅନ୍ୟମାନେ ଶୁଭେଚ୍ଛା ଜଣାଇଛନ୍ତି ।