ରାଇନାଙ୍କ ବିବାଦୀୟ ବୟାନ ପରେ ଏବେ ରବିନ୍ଦ୍ର ଜାଡେଜା କହିଲେ ‘ରାଜପୁତବୟ ଫର୍‌ଏଭର୍‌’; ଲୋକେ ଦେଉଛନ୍ତି…

ନୂଆଦିଲ୍ଲୀ,୨୩।୭: ନିକଟରେ ଭାରତୀୟ ପୂର୍ବ କ୍ରିକେଟର ତଥା ସିଏସ୍‌କେର ଅଭିଜ୍ଞ ଖେଳାଳି ସୁରେଶ ରାଇନା ବ୍ରାହ୍ମଣ ହୋଇଥିବା ନେଇ ବୟାନ ଦେଇ ବିବାଦରେ ଫସିଥିଲେ। ଏବେ ତାହା ଥମି ନ ଥିବା ବେଳେ ଭାରତର ଷ୍ଟାର ଅଲ୍‌ରାଉଣ୍ଡର ରବିନ୍ଦ୍ର ଜାଡେଜା ନିଜର ଏକ ଟୁଇଟର ପୋଷ୍ଟରେ ‘ରାଜପୁତବୟ ଫର୍‌ଏଭର’ ବୋଲି ଲେଖିଥିଲେ। ଏହାକୁ ନେଇ ପୁଣିଥରେ ବିବାଦ ଦେଖାଦେଇଛି।

ଜାଡେଜାଙ୍କ ଟୁଇଟ୍‌ ପରେ ଲୋକେ ରାଜପୁତ ହେବାକୁ ନେଇ ସମର୍ଥନ କରୁଥିବା ବେଳେ କିଛି ଲୋକ ଜାଡେଜାଙ୍କ ଉପରେ ଅସନ୍ତୁଷ୍ଟ ନଜର ଆସିଛନ୍ତି। ଜଣେ ବ୍ୟବହାରକାରୀ ଲେଖିଛନ୍ତି, ସାର୍‌ ଆପଣ ସମସ୍ତଙ୍କ ପାଇଁ ପ୍ରେରଣା। ଆପଣଙ୍କଠାରୁ ଏଭଳି ବୟାନ ଆଶା କରାଯାଉନାହିଁ। ସେହିଭଳି ଅନ୍ୟଜଣେ ଲେଖିଛନ୍ତି, ସାର୍‌ ନିଜ ଜାତିକୁ ନେଇ ଗର୍ବ କରିବା ଠିକ୍‌। ହେଲେ ରାଷ୍ଟ୍ର ଉପରେ କୌଣସି ଜାତି ନୁହେଁ। ତେବେ ଜାଡେଜାଙ୍କ ବୟାନ ପରେ ସୋସିଆଲ ମିଡିଆରେ #RajputBoy ଟ୍ରେଣ୍ଡ ହେଉଛି।