ନୂଆଦିଲ୍ଲୀ,୧୦।୧୧: ଅରୁଣ ଜେଟଲୀ ଷ୍ଟାଡିୟମରେ ୱେଷ୍ଟଇଣ୍ଡିଜ ବିପକ୍ଷ ଦ୍ୱିତୀୟ ଟେଷ୍ଟ ମ୍ୟାଚ୍ରେ ଟିମ ଇଣ୍ଡିଆ ଦମ୍ଦାର ଫର୍ମରେ ରହିଛି। ମାତ୍ର ଦେଢ଼ ଦିନ ଭିତରେ ଭାରତ ୫୧୮ ରନରେ ପ୍ରଥମ ଇନିଂସ ଘୋଷଣା କରିଛି। ଯଶସ୍ବୀ ଜୈସୱାଲ ଓ ଅଧିନାୟକ ଶୁଭମନ ଗିଲଙ୍କ ଶତକ ସହ ସାଇ ସୁଦର୍ଶନ, ଧ୍ରୁବ ଜୁରେଲ ଓ ନୀତୀଶ କୁମାର ରେଡ୍ଡୀଙ୍କ ଉଲ୍ଲେଖନୀୟ ଇନିଂସ ଦଳକୁ ମଜଭୁତ କରିଛି। କିନ୍ତୁ ଅଧିନାୟକ ଗିଲଙ୍କ ଇନିଂସ ଘୋଷଣା ନିଷ୍ପତ୍ତି ଯୋଗୁ ଷ୍ଟାର ଅଲରାଉଣ୍ଡର ରବୀନ୍ଦ୍ର ଜାଡେଜାଙ୍କୁ ବ୍ୟାଟିଂ ସୁଯୋଗ ମିଳି ନ ଥିଲା, ଯାହାର ରାଗ ସେ ନିଜ ବୋଲିଂ ଜରିଆରେ ୱେଷ୍ଟଇଣ୍ଡିଜ ଉପରେ ସୁଝାଇଛନ୍ତି।
ଶନିବାର, ୧୧ ଅକ୍ଟୋବର ଥିଲା ଟେଷ୍ଟର ଦ୍ୱିତୀୟ ଦିନ। ଭାରତ ପ୍ରଥମ ଦିନର ୩୧୮ ରନରୁ ଆଗକୁ ଖେଳ ଆରମ୍ଭ କରି ଦ୍ୱିତୀୟ ଇନିଂସରେ ୨୦୦ ରନ ଯୋଡ଼ି ଇନିଂସ ଘୋଷଣା କରିଥିଲା। ଏହା ଫଳରେ ଜାଡେଜାଙ୍କୁ ବ୍ୟାଟିଂ ସୁଯୋଗ ମିଳି ନ ଥିଲା। ଫଳରେ ପୂର୍ବ ମ୍ୟାଚରେ ଶତକ ହାସଲ କରିଥିବା ଜାଡେଜାଙ୍କ ପାଇଁ ଆଉ ଏକ ବଡ଼ ଇନିଂସ ଖେଳିବାର ସୁଯୋଗ ହାତଛଡ଼ା ହୋଇଯାଇଥିଲା। କିନ୍ତୁ ଜାଡେଜା ନିଜର ବୋଲିଂ ଓ ଫିଲ୍ଡିଂ ଜରିଆରେ ୱେଷ୍ଟଇଣ୍ଡିଜକୁ କଡ଼ା ଜବାବ ଦେଇଛନ୍ତି।
ୱେଷ୍ଟଇଣ୍ଡିଜର ୨-୩ ଜଣ ବ୍ୟାଟ୍ସମ୍ୟାନ ଦମଦାର ଆରମ୍ଭ କରି ଭାରତୀୟ ବୋଲରମାନଙ୍କୁ ବେଶ କିଛି ସମୟ ପାଇଁ ଅସୁବିଧାରେ ପକାଇଥିଲେ। କିନ୍ତୁ ଜାଡେଜା ବ୍ୟାଟିଂ ସୁଯୋଗ ନ ମିଳିବାର ରାଗ ନିଜ ବୋଲିଂରେ ଦେଖାଇଥିଲେ। ସେ ଓ୍ବେଷ୍ଟଇଣ୍ଡିଜ ବ୍ୟାଟ୍ସମ୍ୟାନମାନଙ୍କୁ ଜଣଙ୍କ ପରେ ଜଣଙ୍କୁ ନିଜ ସ୍ପିନ ଜାଲରେ ଫସାଇଥିଲେ। ଏହାର ଆରମ୍ଭ ହୋଇଥିଲା ଓପନର ଜନ କ୍ୟାମ୍ପବେଲଙ୍କ ଉଇକେଟ ସହ, ଯାହାଙ୍କୁ ସାଇ ସୁଦର୍ଶନ ଏକ ଅଦ୍ଭୁତ କ୍ୟାଚ ନେଇ ପାଭିଲିୟନ ଫେରାଇଥିଲେ। ଜାଡେଜାଙ୍କର ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ଉଇକେଟ ଥିଲା ଏଲିକ ଆଥେନାଜେ ଓ ତେଜନାରାୟଣ ଚନ୍ଦ୍ରପାଲଙ୍କ ମଧ୍ୟରେ ହେଉଥିବା ବଡ଼ ଭାଗିଦାରୀ ଭାଙ୍ଗିବା। ଏହି ଦୁଇ ବ୍ୟାଟ୍ସମ୍ୟାନ ଦଳକୁ ୧୦୦ ରନ ପାଖାପାଖି ପହଞ୍ଚାଇଥିଲେ। ଏହି ସମୟରେ ତେଜନାରାୟଣ ଜାଡେଜାଙ୍କ ନୂଆ ଓଭରର ପ୍ରଥମ ବଲରେ ଛକା ମାରିଥିଲେ। ଏହା ଜାଡେଜାଙ୍କୁ ପସନ୍ଦ ନଥିଲା ଏବଂ ପରବର୍ତୀ ୨ଟି ବଲ ମଧ୍ୟରେ ସେ ୱିଣ୍ଡିଜ ଓପନରଙ୍କୁ ପାଭିଲିୟନ ଫେରାଇଥିଲେ।
ଜାଡେଜା ଏଠାରେ ନ ରହି ଶୀଘ୍ର ହିଁ ୱେଷ୍ଟଇଣ୍ଡିଜ ଅଧିନାୟକ ରଷ୍ଟନ ଚେଜଙ୍କୁ ଖାତା ଖୋଲିବା ପୂର୍ବରୁ ଆଉଟ କରିଥିଲେ। ଫିଲ୍ଡିଂରେ ମଧ୍ୟ ଜାଡେଜାଙ୍କ ଯୋଗଦାନଯଦି ଏହା ଯଥେଷ୍ଟ ନଥିଲା, ତେବେ ଜାଡେଜା ନିଜର ଫିଲ୍ଡିଂରେ ମଧ୍ୟ ଅବଦାନ ରଖିଥିଲେ। କୁଲଦୀପ ଯାଦବଙ୍କ ବଲରେ ଜାଡେଜା ଏଲିକ ଆଥେନାଜେଙ୍କ କ୍ୟାଚ ଧରିଥିଲେ, ଯିଏ ପ୍ରଥମ ଦିନରେ ୱେଷ୍ଟଇଣ୍ଡିଜ ପାଇଁ ସର୍ବାଧିକ ୪୧ ରନ ସଂଗ୍ରହ କରିଥିଲେ। ଏହିପରି ଭାବେ ବ୍ୟାଟିଂରେ ସୁଯୋଗ ନ ମିଳିବା ପରେ ଜାଡେଜା ବୋଲିଂ ଓ ଫିଲ୍ଡିଂରେ ଚମତ୍କାର ପ୍ରଦର୍ଶନ କରିଥିଲେ। ନିଜର ୧୪ ଓଭରରେ ସେ ୩୭ ରନ ଦେଇ ୩ଟି ଉଇକେଟ ହାସଲ କରିଥିଲେ। ଏହା ଫଳରେ ମଜଭୁତ ଅବସ୍ଥାନରେ ଥିବା ୱେଷ୍ଟଇଣ୍ଡିଜ ଦ୍ୱିତୀୟ ଦିନ ଶେଷ ସୁଦ୍ଧା ୪ ଉଇକେଟ ହରାଇ ୧୪୦ ରନ ସଂଗ୍ରହ କରିଛିଏବଂ ଭାରତଠାରୁ ୩୭୮ ରନରେ ପଛରେ ରହିଛି।