Categories: Home Leftଖେଳ

ଟିମ ଇଣ୍ଡିଆ ପାଇଁ ସଙ୍କଟମୋଚକ ସାଜିଲେ ଜାଡେଜା

ରାଜକୋଟ,୧୫।୨: ରାଜକୋଟରେ ଇଂଲଣ୍ଡ ବିପକ୍ଷରେ ଖେଳାଯାଉଥିବା ତୃତୀୟ ଟେଷ୍ଟରେ ରବିନ୍ଦ୍ର ଜାଡେଜା ଟିମ ଇଣ୍ଡିଆ ପାଇଁ ସଙ୍କଟମୋଚକ ସାଜିଛନ୍ତି। ଟସ୍‌ ଜିତି ପ୍ରଥମେ ବ୍ୟାଟିଂ କରିବା ପରେ ଟିମ ଇଣ୍ଡିଆ ୩୩ ରନ୍‌ରେ ୩ ଉଇକେଟ୍‌ ହରାଇଥିଲା। କିନ୍ତୁ ରୋହିତ ଶର୍ମାଙ୍କ ସହ ରବିନ୍ଦ୍ର ଜାଡେଜା ଟିମ ଇଣ୍ଡିଆର ଇନିଂସ ସମ୍ଭାଳିଥିଲେ। ପ୍ରଥମ ଦିନର ଦ୍ୱିତୀୟ ସେସନ ଶେଷ ହେବା ପର୍ଯ୍ୟନ୍ତ ଜାଡେଜା ଏବଂ ରୋହିତ ଶର୍ମାଙ୍କ ସହଳ ମିଶି ଚତୁର୍ଥ ଉଇକେଟ୍‌ ପାଇଁ ୧୫୨ରନ୍‌ ଭାଗିଦାରୀ କରିଥିଲେ। କେବଳ ଏତିକି ନୁହେଁ, ଜାଡେଜା ଟି ସମୟ ପର୍ଯ୍ୟନ୍ତ ୬୮ ରନ୍‌ରେ ଅପରାଜିତ ରହି ନିଜ ଶତକ ଆଡକୁ ଗତି କରୁଛନ୍ତି।

Share