Categories: Home Leftଖେଳ

ପୁଣି ଶୀର୍ଷକୁ ଫେରିଲେ ଜାଡେଜା

ଦୁବାଇ,୨୩।୩: ଭାରତୀୟ ଅଲରାଉଣ୍ଡର ରବୀନ୍ଦ୍ର ଜାଡେଜା ପୁଣି ଥରେ ଆଇସିସି ଟେଷ୍ଟ ଅଲରାଉଣ୍ଡରଙ୍କ ର଼୍ୟାଙ୍ଗିଙ୍ଗ୍‌ରେ ଶୀର୍ଷ ସ୍ଥାନ ହାସଲ କରିଛନ୍ତି। ଗତ ସପ୍ତାହରେ ତାଙ୍କ ଠାରୁ ଶ୍ରେଷ୍ଠ ଟେଷ୍ଟ ଅଲରାଉଣ୍ଡର ମାନ୍ୟତା ଛଡ଼ାଇ ନେଇଥିଲେ ଓ୍ବେଷ୍ଟଇଣ୍ଡିଜ ଅଲରାଉଣ୍ଡର ଜାସନ ହୋଲ୍ଡର। କିନ୍ତୁ ଏବେ ପୁଣି ଥରେ ଦୁଇ ଖେଳାଳିଙ୍କ ମଧ୍ୟରେ ର଼୍ୟାଙ୍କିଙ୍ଗ୍‌ ପରିବର୍ତ୍ତନ ହୋଇଛି। ଫଳରେ ସର୍ବାଧିକ ୩୮୫ ରେଟିଂ ଏପଣ୍ଟ ସହ ଜାଡେଜା ପୁଣି ଥରେ ଶୀର୍ଷ ସ୍ଥାନ ହାସଲ କରିଛନ୍ତି।

ଉଲ୍ଲେଖଯୋଗ୍ୟ, ଜାଡେଜାଙ୍କ ସ୍ପିନ ପାଟନର ରବିଚନ୍ଦ୍ରନ ଅଶ୍ୱିନ ଏବେ ତାଳିକାର ତୃତୀୟ ସ୍ଥାନରେ ଅଛନ୍ତି। ଟେଷ୍ଟ ବୋଲରଙ୍କ ର଼୍ୟାଙ୍କିଙ୍ଗ୍‌ରେ ସେ ଦ୍ୱିତୀୟ ସ୍ଥାନରେ ରହିଛନ୍ତି।