Categories: Home Leftଖେଳ

ହାର୍ଦ୍ଦିକଙ୍କ ପରେ ଜାଡେଜା ହାସଲ କଲେ ଏହି ମାଇଲଖୁଣ୍ଟ

ଗୁଆହାଟୀ,୧୧ା୪: ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ (ଆର୍‌ସିବି) ବିପକ୍ଷ ମ୍ୟାଚ୍‌ରେ ରାଜସ୍ଥାନ ରୟାଲ୍ସ (ଆର୍‌ଆର୍‌) ଅଲରାଉଣ୍ଡର ରବୀନ୍ଦ୍ର ଜାଡେଜା ଏକ ମାଇଲଖୁଣ୍ଟ ହାସଲ କରିଛନ୍ତି। ସେ ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ପରେ ଦ୍ୱିତୀୟ ଭାରତୀୟ ଭାବେ ଟି୨୦ କ୍ରିକେଟରେ ୪ ହଜାର ରନ୍‌ କରିବା ସହ ୨୦୦ ଉଇକେଟ ପୂରଣ କରିଛନ୍ତି।

ମ୍ୟାଚ୍‌ରେ ବିସ୍ଫୋରକ ବ୍ୟାଟିଂ କରିଥିବା ବୈଭବ ସୂର୍ଯ୍ୟବଂଶୀ (୨୬ ବଲରେ ୭୮) ଓ ଧ୍ରୁବ ଜୁରେଲ (୪୩ ବଲରେ ୮୧)ଙ୍କ ଇନିଂସ ଚର୍ଚ୍ଚାର ବିଷୟ ଥିଲା। ହେଲେ ଜାଡେଜା ୨୫ ବଲରେ ୨୪ ରନ କରିବା ସହ ଜୁରେଲଙ୍କ ସହ ମିଶି ପଞ୍ଚମ ଉଇକେଟରେ ୬୩ ରନ ଯୋଡ଼ିଥିଲେ।

Share