Categories: Home Leftଖେଳ

ସିଏସ୍‌କେରୁ ଅଲଗା ହୋଇପାରନ୍ତି ରବିଚନ୍ଦ୍ରନ ଅଶ୍ୱିନ

ଚେନ୍ନାଇ,୮ା୮: ଭାରତୀୟ ସିନିୟର ଅଫ୍‌-ସ୍ପିନର ରବିଚନ୍ଦ୍ରନ ଅଶ୍ୱିନ ଆଗାମୀ ଆଇପିଏଲ୍‌ ପୂର୍ବରୁ ଚେନ୍ନାଇ ସୁପର କିଙ୍ଗ୍ସ (ସିଏସ୍‌କେ) ଛାଡ଼ି ପାରନ୍ତି ବୋଲି ଚର୍ଚ୍ଚା ଜୋର ଧରିଛି। ଖେଳାଳିଙ୍କ ରିଟେନଶନ ତାଲିକା ପ୍ରକାଶ କରିବା ଲାଗି ଦୁଇ ମାସରୁ ଊର୍ଦ୍ଧ୍ୱ ସମୟ ବାକି ଥିବା ବେଳେ ଅଶ୍ୱିନ ତାଙ୍କ ଭବିଷ୍ୟତ ସମ୍ପର୍କରେ ସିଏସ୍‌କେ ମ୍ୟାନେଜମେଣ୍ଟ ସହ ଆଲୋଚନା କରୁଥିବା ବିଶ୍ୱସ୍ତ ସୂତ୍ରରୁ ଜଣାପଡିଛି।

ଭବିଷ୍ୟତ ନିର୍ଦ୍ଧାରିଣ ଲାଗି ଏହା ଏକ ପ୍ରାରମ୍ଭିକ ପର୍ଯ୍ୟାୟ। ରିଟେନଶନ ଲାଗି କଟଅଫ୍‌ ତାରିଖ ଘୋଷଣା କରାଯାଇ ନାହିଁ। ଏଣୁ ଆମ ପାଖରେ ସମୟ ଅଛି। ଅକ୍ସନ ପୂର୍ବରୁ ଖେଳାଳିଙ୍କ ସହ ଆଲୋଚନା କରାଯାଏ। ପରବର୍ତ୍ତୀ ଆଇପିଏଲ ସିଜନରେ ତାଙ୍କ ଭୂମିକାକୁ ବୁଝିବା ପାଇଁ ଏହା ଏକ ଆପୋଷ ଆଲୋଚନା ବୋଲି ସୂତ୍ରରୁ କୁହାଯାଇଛି।

ଗତ ବର୍ଷ ଅନ୍ତର୍ଜାତୀୟ କ୍ରିକେଟରୁ ଅବସର ନେଇଥିବା ୩୮ ବର୍ଷୀୟ ଅଶ୍ୱିନଙ୍କୁ ମେଗା ଅକ୍ସନରେ ସିଏସକେ ୯.୭୫ କୋଟିରେ କିଣିଥିଲା। ପୂର୍ବରୁ ସେ ୨୦୦୯ରୁ ୨୦୧୫ ପର୍ଯ୍ୟନ୍ତ ଏହି ଫ୍ରାଞ୍ଚାଇଜ ଲାଗି ଖେଳିଥିଲେ।