ପାଟଣାରେ ରାବଣ ଦହନ: ଅସତ୍ୟ ଉପରେ ସତ୍ୟର ବିଜୟ, ଖବରଦାତା-ସାମାଜିକ କର୍ମୀଙ୍କୁ ସମ୍ମାନ

ପାଟଣା,୨।୧: କେନ୍ଦୁଝର ଜିଲାର ପାଟଣା ବ୍ଲକ ମୁଖ୍ୟାଳୟ ଷ୍ଟାଡିୟମରେ ଗୁରୁବାର ରାତିରେ ରାବଣ ପୋଡ଼ି ମହୋତ୍ସବ ଆନନ୍ଦ ଉଲ୍ଲାସର ସହିତ ଆୟୋଜିତ ହୋଇଛି। ରାବଣ ପୋଡ଼ି କମିଟିର ଅଧ୍ୟକ୍ଷ ବିଜୟ ରତ୍ନ ପତିଙ୍କ ଅଧ୍ୟକ୍ଷତାରେ ଆୟୋଜିତ ସଭାରେ ମୁଖ୍ୟ ଅତିଥି ପାଟଣା ବିଧାୟକ ଅଖିଳ ଚନ୍ଦ୍ର ନାୟକ ଓ ମୁଖ୍ୟବକ୍ତା ଅବସରଗତ ଇଂରାଜୀ ଅଧ୍ୟାପକ ଡ. କୁଶ ଚନ୍ଦ୍ର ପ୍ରଧାନ ଯୋଗ ଦେଇଛନ୍ତି। ଡ. ପ୍ରଧାନ କହିଛନ୍ତି, ବିଜୟାଦଶମୀ ଅସତ୍ୟ ଉପରେ ସତ୍ୟର ପ୍ରତୀକ; ଏହା ଆମର ଭିତରେ ରହିଥିବା ରାବଣକୁ ନାଶ କରିବାକୁ ପ୍ରେରଣା ଦେଇଥାଏ।

ସମ୍ମାନୀୟ ଅତିଥିମାନଙ୍କ ମଧ୍ୟରେ ବ୍ଲକ୍ ଅଧ୍ୟକ୍ଷା ବୀଣାପାଣି ନାୟକ, ଡିଏଫ୍‌ଓ ଧନରାଜ ହନୁମନ୍ତ ଧାମ ଧେର, ତହସିଲ୍ଦାର ଅଶ୍ୱିନୀ ନାୟକ, ଥାନା ଅଧିକାରୀ ଦୀପ୍ତି ରଞ୍ଜନ ସାହୁ, ସରପଞ୍ଚ ବିନତି ବାନାରା, ଏମ୍‌ପି ଅନନ୍ତ ନାୟକଙ୍କ ଜିଲ୍ଲା ସଂଯୋଜକ ଦିଲ୍ଲିପ କୁମାର ପଣ୍ଡା, ସାମାଜିକ କର୍ମୀ ବିଦ୍ୟାଧର ଦାଶ, ଅଜୟ କୁମାର ଦାଶ ଓ କମିଟି ସଂପାଦକ ପ୍ରକାଶ କୁମାର ସେଠି ସମେତ ଅନେକେ ଯୋଗ ଦେଇଥିଲେ। ଶିକ୍ଷା ବିଟି ପାର୍ଥସାରଥି ବେଜ୍ ସଂଯୋଜନା କରିଥିଲେ।

ଅବଦାନ ପାଇଁ ଖବରଦାତା ବୀର କିଶୋର ଦାଶ, କିଶୋର ଚନ୍ଦ୍ର ମହାନ୍ତ, କାମିନୀ କାନ୍ତ ଦ୍ୱିବେଦୀ ଓ ସମାଜସେବା ପାଇଁ ବିଦ୍ୟାଧର ଦାଶ, ଅଜୟ କୁମାର ଦାଶଙ୍କୁ ବିଧାୟକ ନାୟକ ଉତ୍ତରୀୟ, ପୁଷ୍ପଗୁଚ୍ଛ ଓ ମାନପତ୍ର ଦେଇ ସମ୍ବର୍ଦ୍ଧନ କରିଥିଲେ। ଏହା ପରେ ମେଲୋଡି କାର୍ଯ୍ୟକ୍ରମ ହୋଇଥିଲା। ପରିଶେଷରେ ଡିଏଫ୍‌ଓ ରାବଣ ପ୍ରତିକୃତିରେ ଅଗ୍ନି ସଂଯୋଗ କରି ମହୋତ୍ସବ ସମାପ୍ତ ହୋଇଛି। କମିଟିର ଉପସଭାପତି ଅସୟ କାନ୍ତ ନାୟକ ସହିତ ସଦସ୍ୟମାନେ ପରିଚାଳନା କରିଥିଲେ।

Share