ବିଜୟଙ୍କ ସହ ବିବାହକୁ ନେଇ ଏମିତି କହିଦେଲେ ରଶ୍ମିକା: ବଢୁଛି ଚର୍ଚ୍ଚା

ଅଭିନେତ୍ରୀ ରଶ୍ମିକା ମନ୍ଦାନାଙ୍କ ବିବାହକୁ ନେଇ ଜୋର ଧରିଛି ଚର୍ଚ୍ଚା। ୨୦୨୬ରେ ସେ ବିଜୟ ଦେବରକୋଣ୍ଡାଙ୍କ ହାତ ଧରିବେ ବୋଲି ଇଣ୍ଡଷ୍ଟ୍ରିରେ ଫୁସୁରୁଫାସର ଚାଲିଛି। ନିକଟରେ ରଶ୍ମିକା ବିବାହକୁ ନେଇ ମୁହଁ ଖୋଲିଛନ୍ତି। ଯଦିଓ ସେ ଚାଲିଥିବା ବିବାହ ଗୁଜବକୁ ଅସ୍ବୀକାର କରିନାହାନ୍ତି। କିନ୍ତୁ ସମୟ ଆସିଲେ ଆମେ ସବୁକିଛି କହିବୁ ବୋଲି ହସି ହସି କହିଛନ୍ତି।
ରଶ୍ମିକା ଏବଂ ବିଜୟ ଉଭୟ ଉଦୟପୁରରେ ବିବାହ ପାଇଁ ପ୍ରସ୍ତୁତି କରୁଛନ୍ତି। ଉଭୟ ଚଳିତ ବର୍ଷ ଅକ୍ଟୋବରରେ ହାଇଦ୍ରାବାଦରେ ଏକ ବ୍ୟକ୍ତିଗତ ଉତ୍ସବରେ ନିର୍ବନ୍ଧ କରିଥିଲେ। ଯଦିଓ ଏହି ଯୋଡ଼ି କୌଣସି ଘୋଷଣା କିମ୍ବା ଫଟୋ ଶେୟାର କରି ନ ଥିଲେ, ବିଜୟଙ୍କ ଟିମ୍‌ ନିର୍ବନ୍ଧ ହୋଇଥିବାର ନିଶ୍ଚିତ କରିଥିଲେ।
ଗୀତା ଗୋବିନ୍ଦମ (୨୦୧୮) ଏବଂ ଡିଅର୍‌ କମ୍ରେଡ (୨୦୧୯) ରେ ଏକାଠି କାମ କରିବା ପରଠାରୁ ଉଭୟଙ୍କ ଡେଟିଂର ଗୁଜବ ଉଠିଛି। ବିଜୟ ଏବଂ ରଶ୍ମିକାଙ୍କୁ ପ୍ରାୟତଃ ଏକାଠି ସମୟ ବିତାଉଥିବା ଦେଖାଯାଇଛି। ଅଗଷ୍ଟରେ ସେ ନ୍ୟୁୟର୍କରେ ୪୩ତମ ଇଣ୍ଡିଆ ଡେ’ ପରେଡର ନେତୃତ୍ୱ ନେଇଥିଲେ। ସେ ଇଣ୍ଡିଆ ବିୟଣ୍ଡ ବର୍ଡର୍ସ ନାମକ ଏକ କାର୍ଯ୍ୟକ୍ରମରେ ମଧ୍ୟ ଯୋଗ ଦେଇଥିଲେ।

 

Dharitri – Odisha’s No.1 Odia Daily