୩୦ବର୍ଷ ପରେ ବିରଳ ନବପଞ୍ଚମ ମହାଯୋଗ, ଶିନଙ୍କ କୃପାରେ ନୂଆବର୍ଷରେ ଧନୀ ହେବେ ମକର ସହ ଏହି ୨ରାଶି

ନୂଆବର୍ଷ ୨୦୨୬ର ଆରମ୍ଭ ଜ୍ୟୋତିର୍ବିଦମାନଙ୍କ ପାଇଁ ବହୁତ ଖାସ୍ ହବାକୁ ଯାଉଛି । ଜାନୁଆରୀ ୧୪ ତାରିଖରେ ମକର ସଂକ୍ରାନ୍ତି ପଡୁଥିବା ବେଳେ ଏହାର ପରଦିନ ଅର୍ଥାତ୍ ୧୫ ଜାନୁଆରୀ ୨୦୨୬ ତାରିଖରେ ବର୍ଷର ପ୍ରଥମ ନବପଞ୍ଚମ ଯୋଗ ବନିବାକୁ ଯାଉଛି । ଜ୍ୟୋତିଷଶାସ୍ତ୍ରରେ ନବପଞ୍ଚମ ଯୋଗକୁ ଅତ୍ୟନ୍ତ ଶୁଭ ଯୋଗ ଭାବେ ପରିଗଣିତ ହୋଇଥାଏ । ଯାହା ଜୀବନରେ ପ୍ରଗତି, ସୌଭାଗ୍ୟ ଓ ସକରାତ୍ମକ ପରବର୍ତ୍ତନ ଆଣିଥାଏ ବୋଲି ବିଶ୍ୱାସ ରହିଛି ।

ଏହି ସମୟକାଳ ମଧ୍ୟରେ ବୁଧ ଗ୍ରହ ମକର ରାଶି ଶନି ଗ୍ରହ ବୃଷଭ ରାସିରେ ଅବସ୍ଥାନ କରିବେ । ଯେଉଁଥିପାଇଁ ନବମ ଓ ପଞ୍ଚମ ଭାବର ସଂଯୋଗ ବନିବାକୁ ଯାଉଛି । ଏହି ବିରଳ ସଂଯୋଗ ସବୁ ରାଶିକୁ କୌଣସି ନା କୌଣସି ରୂପରେ ପ୍ରଭାବିତ କରିବ । କିନ୍ତୁ ସମସ୍ତ ରାଶି ମଧ୍ୟରୁ ମୋଟ୍ ୩ଟି ରାଶି ବିଶେଷ ଭାବେ ଉପକୃତ ହେବାକୁ ଯାଉଛନ୍ତି । ତେବେ ଆସନ୍ତୁ ଜାମିବା ଏହି ବିଶେଷ ସୁଯୋଗରେ ଭାଗ୍ୟ ଚମକିବାକୁ ଥିବା ଏହି ୩ ରାଶି ବିଷୟରେ ।

ମକର ରାଶି ପାଇଁ ଏହି ଶୁଭ ଯୋଗ ଆତ୍ମବିଶ୍ୱାସ ଓ ପ୍ରତିଷ୍ଠାରେ ବୃଦ୍ଧି ନେଇ ଆସିବ । ସାମାଜିକ ଓ ଚାକିରି କରୁଥିବା ଲୋକମାନଙ୍କ ଜୀବନରେ ନୂଆ ପରିଚୟ ମିଳିବ । ବେପାର କ୍ଷେତ୍ରରେ ରହିଥିବା ଲୋକଙ୍କୁ ପ୍ରଚୁର ଲାଭ ମିଳିବା ସହ ଜୀବନରେ ସକରାତ୍ମକ ପରିବର୍ତ୍ତନ ଦେଖିବାକୁ ମିଳିବ । ପରିବାରର ସହଯୋଗ ଆପଣଙ୍କୁ ଭାବନାତ୍ମକ ସମ୍ବଳ ଦେବ । ଏହି ସମୟ ନୂଆ ରାସ୍ତା ଖୋଜିବା ଓ ତାକୁ ସଫଳତାରେ ବଦଳେଇବା ପାଇଁ ଖୁବ୍ ଅନୁକୁଳ ରହିବ ।