ରାପିଡ ଏକ୍ସ ଟ୍ରେନର ନାମ ହେବ ‘ନମୋ ଭାରତ’, ମୋଦି ଦେଖାଇବେ ସବୁଜ ପତାକା

ନୂଆଦିଲ୍ଲୀ,୧୯।୧୦: ଦେଶର ପ୍ରଥମ ରାପିଡଏକ୍ସ ଟ୍ରେନ ‘ନାମୋ ଭାରତ’ ନାମରେ ପରିଚିତ ହେବ। ଅକ୍ଟୋବର ୨୦ରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏହି ଟ୍ରେନକୁ ସବୁଜ ପତାକା ଦେଖାଇ ଶୁଭାରମ୍ଭ କରିବେ। ଗାଜିଆବାଦ ଦେଇ ଦିଲ୍ଲିରୁ ମେରୁଟ ପର୍ଯ୍ୟନ୍ତ କରିଡରର କାମ ବର୍ତ୍ତମାନ ଚାଲିଛି, ଯାହାର ୧୭ କିଲୋମିଟର ସେକ୍ସନର ପରିଚାଳନା ଅକ୍ଟୋବର ୨୧ ରୁ ସାଧାରଣ ଜନତାଙ୍କ ପାଇଁ କାର୍ଯ୍ୟକ୍ଷମ ହେବ। ନରେନ୍ଦ୍ର ମୋଦି ଏହି ସେକ୍ସନର ଉଦଘାଟନ କରିବାକୁ ଯାଉଛନ୍ତି।
ପିଏମଓ ଦ୍ୱାରା ଜାରି ବିବୃତ୍ତିରେ କୁହାଯାଇଛି ଯେ ୩୦,୦୦୦ କୋଟି ଟଙ୍କାରୁ ଅଧିକ ମୂଲ୍ୟରେ ଦିଲ୍ଲୀ-ଗାଜିଆବାଦ-ମେରଟ କରିଡରର ବିକାଶ କରାଯାଉଛି। ଏହି କରିଡର ଦିଲ୍ଲୀକୁ ମେରୁଟ ସହିତ ସଂଯୋଗ କରିବ। ଏହି ଟ୍ରେନ ମାଧ୍ୟମରେ ଦିଲ୍ଲୀରୁ ମେରଟ ପର୍ଯ୍ୟନ୍ତ ଦୂରତା ଏକ ଘଣ୍ଟାରୁ କମ ସମୟ ମଧ୍ୟରେ ଅନ୍ତର୍ଭୁକ୍ତ ହୋଇପାରିବ।
ସୂଚନାଯୋଗ୍ୟ, ରିଜିଓନାଲ ରାପିଡ ଟ୍ରାଞ୍ଜିଟ ସିଷ୍ଟମ (RRTS) ସେମି-ହାଇ ସ୍ପିଡ ରେଳ ସିଷ୍ଟମ ଭାବରେ ମଧ୍ୟ ଜଣାଶୁଣା। ଏହି ସିଷ୍ଟମରେ ଟ୍ରେନ ୧୮୦ KMPH ବେଗରେ ପହଞ୍ଚିପାରେ। ଜାତୀୟ ରାଜଧାନୀ ଅଞ୍ଚଳରେ ମୋଟ ଆଠଟି RRTS କରିଡର ସ୍ଥାପନ ପାଇଁ କାର୍ଯ୍ୟ ଚାଲିଛି, ସେଥିମଧ୍ୟରୁ ତିନୋଟି କରିଡରର ପ୍ରକଳ୍ପକୁ ପ୍ରାଥମିକତା ଦିଆଯାଉଛି। ଏହି ତିନୋଟି କରିଡର ମଧ୍ୟରୁ ଗୋଟିଏ କରିଡର ହେଉଛି ଦିଲ୍ଲୀ-ଗାଜିଆବାଦ-ମେରଟ କରିଡର।

Share
Tags: RapidX train