ଧମାକା କରିବେ ରଣବୀର: ଦର୍ଶକଙ୍କୁ ଦେବେ ସର୍‌ପ୍ରାଇଜ୍‌

ଅଭିନେତା ରଣବୀର ସିଂହଙ୍କ ବହୁ ପ୍ରତୀକ୍ଷିତ ‘ଧୂରନ୍ଧର’ର ଧମାକାଦାର ଟ୍ରେଲର ରିଲିଜ୍‌ କରିଛି। ୪ ମିନିଟ ୭ ସେକେଣ୍ଡର ଏହି ଟ୍ରେଲର୍‌ରେ ରଣବୀର ସିଂହଙ୍କ କେବେ ଦେଖା ନ ଯାଇଥିବା ଅବତାର ଦର୍ଶକଙ୍କ ମନକୁ ଚକିତ କରିବ। ଫିଲ୍ମର ତିନି ଜଣ ଖଳନାୟକ ଅଛନ୍ତି। ପ୍ରଥମେ ଅର୍ଜୁନ ରାମପାଲ, ତା’ପରେ ଅକ୍ଷୟ ଖାନ୍ନା ଏବଂ ଶେଷରେ ସଞ୍ଜୟ ଦତ୍ତଙ୍କୁ ଦେଖିବାକୁ ମିଳିଛି।
ଟ୍ରେଲରଟି ଅର୍ଜୁନ ରାମପାଲଙ୍କ ଏକ ହୃଦୟ ବିଦାରକ ଏକକ ସଂଳାପ ସହିତ ଆରମ୍ଭ ହୁଏ। ପ୍ରତିଶୋଧ, ବିଶ୍ୱାସଘାତକତା ଏବଂ ଦେଶପ୍ରେମରେ ପରିପୂର୍ଣ୍ଣ ଏକ ଭୟଙ୍କର ଗୁପ୍ତଚର ଯୁଦ୍ଧକୁ ନେଇ ଫିଲ୍ମ ପର୍ଯ୍ୟବେସିତ ହୋଇଛି।
ଟ୍ରେଲରଟି ବିପଦପୂର୍ଣ୍ଣ ଆକ୍ସନ ସିକ୍ୱେନ୍ସ ଏବଂ ରକ୍ତପାତରେ ପରିପୂର୍ଣ୍ଣ। ଆକ୍ସନ ସିକ୍ୱେନ୍ସଗୁଡ଼ିକ ରକ୍ତାକ୍ତ, ବଡ଼ ଧରଣର ଷ୍ଟଣ୍ଟ ଏବଂ ଶକ୍ତିଶାଳୀ ସଂଳାପ ସହିତ। ଟ୍ରେଲରଟି ଅନଲାଇନରେ ଚର୍ଚ୍ଚା ସୃଷ୍ଟି କରିଛି। ନିର୍ଦ୍ଦେଶକ ଆଦିତ୍ୟ ଧର ଏହି ଫିଲ୍ମଟିକୁ ଦୁଇଟି ଭାଗରେ ନିର୍ମାଣ ହେଉଛି। ପ୍ରଥମ ଭାଗ ଡିସେମ୍ବର ୫, ୨୦୨୫ରେ ମୁକ୍ତିଲାଭ କରିବ, ଦ୍ୱିତୀୟ ଭାଗ ୨୦୨୬ ଗ୍ରୀଷ୍ମ ଋତୁରେ ମୁକ୍ତିଲାଭ କରିବ ବୋଲି ଆଶା କରାଯାଉଛି।

 

Dharitri – Odisha’s No.1 Odia Daily