ଖୁସିଖବର ଦେଲେ ରଣବୀର: ବହୁତ ରୋମାଞ୍ଚକର…

ବଲିଉଡ୍‌ ଅଭିନେତା ରଣବୀର କପୁର ଆଜିକାଲି ତାଙ୍କ ଆଗାମୀ ଫିଲ୍ମ ପାଇଁ ବ୍ୟସ୍ତ ଅଛନ୍ତି। ତାଙ୍କର ଅନେକ ବଡ଼ ପ୍ରୋଜେକ୍ଟ କାମ ଚାଲିଛି। ରଣବୀରଙ୍କ ଦୁଇଟି ପ୍ରମୁଖ ପ୍ରୋଜେକ୍ଟ ହେଉଛି ସଞ୍ଜୟ ଲୀଲା ଭଂସାଲୀଙ୍କ ଲଭ ଆଣ୍ଡ ୱାର୍‌ ଏବଂ ନିତେଶ ତିୱାରୀଙ୍କ ରାମାୟଣ। ସେ ୨୦୨୩ରେ ରିଲିଜ ହେବାକୁ ଥିବା ଆନିମଲର ସିକ୍ୱେଲରେ ମଧ୍ୟ ନଜର ଆସିବେ। ରଣବୀର ଆନିମଲ ସିକ୍ୱେଲ ସମ୍ପର୍କରେ ଏକ ବଡ଼ ଅପଡେଟ ଦେଇଛନ୍ତି, ଯାହା ଶୁଣି ସିନେ ପ୍ରଶଂସକ ଖୁସି ହୋଇଯାଇଛନ୍ତି।
ଆନିମଲ ନିର୍ଦ୍ଦେଶକ ସନ୍ଦୀପ ରେଡ୍ଡୀ ଭାଙ୍ଗା ବର୍ତ୍ତମାନ ତାଙ୍କର ଆଗାମୀ ଫିଲ୍ମ ସ୍ପିରିଟ ଉପରେ ଧ୍ୟାନ ଦେଉଛନ୍ତି। ଆନିମଲର ସିକ୍ୱେଲରେ ସନ୍ଦୀପ ଫିଲ୍ମ ସହିତ ପ୍ରକୃତରେ କ’ଣ କରିବାକୁ ଚାହୁଁଛନ୍ତି ସେ ବିଷୟରେ ରଣବୀର ଏକ ସଙ୍କେତ ଦେଇଛନ୍ତି। ସେ ଏହାକୁ ତିନୋଟି ଭାଗରେ ତିଆରି କରିବାକୁ ଚାହାଁନ୍ତି। ଦ୍ୱିତୀୟ ଭାଗର ନାମ ‘ଆନିମଲ ପାର୍କ’। ଏହା ବହୁତ ରୋମାଞ୍ଚକର। କାରଣ ଖଳନାୟକ ଏବଂ ନାୟକ ଭାବେ ମୁଁ ଦୁଇଟି ଚରିତ୍ରରେ ଅଭିନୟ କରିବାକୁ ଯାଉଛି। ତେଣୁ ଏହା ଏକ ଡ୍ରିମ୍‌ ପ୍ରୋଜେକ୍ଟ। ଆମେ ଏହି ଫିଲ୍ମ ୨୦୨୭ରେ ଆରମ୍ଭ କରିପାରୁ ବୋଲି କହିଛନ୍ତି ରଣବୀର।

 

Dharitri – Odisha’s No.1 Odia Daily