ସେପଟେ ପ୍ରେମିକର ବାହାଘର, ଏପଟେ ପିଣ୍ଡଦାନ କଲେ Rani Panda

ଭୁବନେଶ୍ୱର,୨୩।୨: କାନ୍ଦି କାନ୍ଦି ପ୍ରେମିକର ପିଣ୍ଡ ଦେଲେ Rani Panda । ଏମିତି କିଛି ଭିଡିଓ ସାମ୍ନାକୁ ଆସିଛି ଯାoହା ଏବେ ସାରା ଓଡ଼ିଶାରେ ଚର୍ଚ୍ଚାର ବିଷୟ ପାଲଟିଛି। ବୟଫ୍ରେଣ୍ଡ ଜିଇ ଥାଉ ଥାଉ ଶୁଦ୍ଧି କ୍ରିୟା କରିଛନ୍ତି ପ୍ରେମିକା । ଯାତ୍ରା ଅଭିନେତ୍ରୀ Rani Panda ଶୁଦ୍ଧି ହୋଇଛନ୍ତି । ପ୍ରେମିକ ବଞ୍ଚି ଥାଉ ଥାଉ ତାଙ୍କୁ ଶୁଦ୍ଧି ହୋଇପଡିଛନ୍ତି ରାଣୀ ପଣ୍ଡା । ଆଶ୍ଚର୍ଯ୍ୟ ଲାଗୁଥିଲେ ବି ସତ ।

ଘଟଣା ଏପରି କି, ଆଜି ପ୍ରେମିକର ବାହାଘର । ବାଜା ବଜାଇ ବାଣ ଫୁଟାଇ ଧୁମଧାମରେ ବାହା ହେଉଛି ବୟଫ୍ରେଣ୍ଡ । ସେପଟେ ବାହାଘର ଚାଲିଛି ଆଉ ଏପଟେ ଶୁଦ୍ଧି କ୍ରିୟା ଚାଲିଛି । ବୟଫ୍ରେଣ୍ଡ ଜିଇ ଥାଉ ଥାଉ ଶୁଦ୍ଧି ହେଉଛି ପ୍ରେମିକା ।

ସୂଚନା ଅନୁସାରେ, ଆଜି Rani Pandaଙ୍କ ପୂର୍ବତନ ପ୍ରେମିକଙ୍କ ବାହାଘର । ଆଉ ଜଣେ ଯୁବତୀଙ୍କୁ ବାହା ହେଉଛନ୍ତି ରାଣୀ ପଣ୍ଡାଙ୍କ ପୂର୍ବତନ ପ୍ରେମିକ । ଆଉ ଏହିକଥାକୁ ସହଜରେ ଗ୍ରହଣ କରିପାହାନ୍ତି ରାଣୀ ପଣ୍ଡା । ସିଧା ନଈ ପଠାକୁ ଯାଇ ବୟଫ୍ରେଣ୍ଡକୁ ଶୁଦ୍ଧି ହୋଇପଡିଛନ୍ତି ରାଣୀ । ପୂରା ରୀତିନୀତିରେ ବ୍ରାହ୍ମଣ ଡକାଇ ଶୁଦ୍ଧି ହୋଇଛନ୍ତି ସେ । କେବଳ ସେତିକି ନୁହେଁ ରାଣୀଙ୍କୁ ତାଙ୍କ ପ୍ରେମିକ ଯେତେବି ଉପହାର ଦେଇଥିଲେ ସେ ସବୁକୁ ପାଣିରେ ଭସାଇ ଦେଇଛନ୍ତି ରାଣୀ ପଣ୍ଡା ।