ଦିନେ ଅମିତାଭ ବଚ୍ଚନଙ୍କୁ ବିବାହ କରିବାକୁ ଚାହୁଁଥିଲେ ରାଣୀ, ହେଲେ ଅଭିଷେକଙ୍କ ସହ କରୁଥିଲେ…

ମୁମ୍ବାଇ: ବଲିଉଡର ଶ୍ରେଷ୍ଠ ଅଭିନେତ୍ରୀମାନଙ୍କ ମଧ୍ୟରୁ ଜଣେ ରାଣୀ ମୁଖାର୍ଜୀ ତାଙ୍କର ଚମତ୍କାର ଅଭିନୟ ବଳରେ ବଲିଉଡରେ ଏକ ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିଛନ୍ତି। ରାଣୀ ପ୍ରସିଦ୍ଧ ଚଳଚ୍ଚିତ୍ର ର୍ନିମାତା ଆଦିତ୍ୟ ଚୋପ୍ରାଙ୍କୁ ବିବାହ କରିଛନ୍ତି। କିନ୍ତୁ ଆପଣ ଜାଣିଲେ ତାଜୁବ ହେବେ ଦିନେ ସେ ବିଗ୍‌ ବି ଅମିତାଭ ବଚ୍ଚନଙ୍କୁ ବିବାହ କରିବାକୁ ଚାହୁଁଥିଲେ ଯିଏ ତାଙ୍କଠାରୁ 35 ବର୍ଷ ବଡ଼।

ବଲିଉଡର ଅନେକ ବଡ଼ ସୁପରଷ୍ଟାରଙ୍କ ପରି, ରାଣୀ ମୁଖର୍ଜୀ ଅମିତାଭ ବଚ୍ଚନଙ୍କ ପ୍ରଶଂସକ। ରାଣୀ ଆରମ୍ଭରୁ ବିଗ ବିଙ୍କ ପ୍ରଶଂସକ। ସେ ଥରେ ଅଭିନେତ୍ରୀ ସିମି ଗ୍ରେୱାଲଙ୍କ ଟକ ଶୋ’ରେ ତାଙ୍କ ହୃଦୟର ଇଚ୍ଛା ପ୍ରକାଶ କରିଥିଲେ ଯେ ସେ ବିଗ ବିଙ୍କୁ ବିବାହ କରିବାକୁ ଚାହୁଁଛନ୍ତି। କିନ୍ତୁ ଆପଣ ଜାଣି ଆଶ୍ଚର୍ଯ୍ୟ ହେବେ ଯେ ତାଙ୍କର ବିବାହ ଅଭିଷେକ ବଚ୍ଚନଙ୍କ ସହ ଫିକ୍ସ ହୋଇଯାଇଥିଲା।

ବର୍ଷ ବର୍ଷ ପୂର୍ବେ, ସିମି ଗ୍ରେୱାଲଙ୍କ ଶୋ’ରେ ରାଣୀ ମୁଖର୍ଜୀ ଏକ ବହୁତ ବଡ଼ କଥା କହିଥିଲେ। ସିମିଙ୍କ ଦ୍ୱାରା ପଚରାଯାଇଥିବା ଏକ ପ୍ରଶ୍ନର ଉତ୍ତରରେ ରାଣୀ କହିଥିଲେ ଯେ ଯଦି ତାଙ୍କୁ ସୁଯୋଗ ଥାଆନ୍ତା, ତେବେ ସେ ଅମିତାଭ ବଚ୍ଚନଙ୍କୁ ବିବାହ କରିଥାଆନ୍ତେ। ସେ ଏହା ମଧ୍ୟ କହିଥିଲେ ଯେ ତାଙ୍କ ହୃଦୟରେ ବିଗ ବିଙ୍କ ପ୍ରତି ବହୁତ ସମ୍ମାନ ଏବଂ ପ୍ରେମ ଅଛି।

ଅମିତାଭ ବଚ୍ଚନ ଏବଂ ରାଣୀ ମୁଖାର୍ଜୀ ମଧ୍ୟ ଅନେକ ଫିଲ୍ମରେ ସ୍କ୍ରିନ ସେୟାର କରିଛନ୍ତି। 2005 ମସିହାରେ ଆସିଥିବା ଫିଲ୍ମ ‘ବ୍ଲାକ’ ଉଭୟଙ୍କ ପାଇଁ ହଙ୍ଗାମା ସୃଷ୍ଟି କରିଥିଲା। ପ୍ରକୃତରେ, ଏହି ଫିଲ୍ମରେ ଅମିତାଭ ବଚ୍ଚନ ତାଙ୍କଠାରୁ 35 ବର୍ଷ ସାନ ରାଣୀ ମୁଖାର୍ଜୀଙ୍କ ସହିତ ଏକ କିସିଂ ସିନ୍‌ କରିଥିଲେ, ଯାହା ସମଗ୍ର ଫିଲ୍ମ ଇଣ୍ଡଷ୍ଟ୍ରିକୁ ହଲାଇ ଦେଇଥିଲା।

ଯଦିଓ ରାନୀ ବିଗ ବିଙ୍କୁ ବିବାହ କରିବାର ସୁଯୋଗ ପାଇ ନ ଥିଲେ, କିନ୍ତୁ ତାଙ୍କୁ ତାଙ୍କ ଘରର ବୋହୂ ହେବାର ସୁଯୋଗ ମିଳିଥିଲା। ପ୍ରକୃତରେ, ଗୋଟିଏ ସମୟରେ ଅଭିଷେକ ଏବଂ ରାଣୀ ପରସ୍ପରକୁ ଡେଟ କରୁଥିଲେ। ବଚ୍ଚନ ପରିବାର ମଧ୍ୟ ସେମାନଙ୍କ ସମ୍ପର୍କ ବିଷୟରେ ଅବଗତ ଥିଲେ। ‘ବଣ୍ଟି ଔର ବବଲି’, ‘କଭି ଅଲବିଦା ନା କେହନା’ ଏବଂ ‘ଯୁବା’ ଭଳି ଫିଲ୍ମରେ ଏକାଠି କାମ କରିବା ସମୟରେ, ସେମାନଙ୍କ ପ୍ରେମ ଆରମ୍ଭ ହୋଇଥିଲା। ଉଭୟ ବିବାହ କରିବାକୁ ମଧ୍ୟ ପ୍ରସ୍ତୁତ ଥିଲେ, କିନ୍ତୁ ହଠାତ ସେମାନଙ୍କ ବ୍ରେକଅପ ଖବର ଆସିଲା ଏବଂ ସେମାନେ ଅଲଗା ହୋଇଗଲେ।