ବେଙ୍ଗାଲୁରୁ,୧୧ା୬:ଓମେନ୍ସ ପ୍ରିମିୟର ଲିଗ୍ (ଡବ୍ଲ୍ୟୁପିଏଲ୍)ର ଚତୁର୍ଥ ସିଜନ ପୂର୍ବରୁ ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ (ଆରସିବି) ଗୁରୁବାର ମଲୋଲାନ ରଙ୍ଗରାଜନଙ୍କୁ ମହିଳା ଦଳର ମୁଖ୍ୟ କୋଚ୍ ଭାବେ ନିିଯୁକ୍ତ କରିଛି। ପୂର୍ବରୁ ଏହି ପଦବୀରେ ଲ୍ୟୁକ୍ ଓ୍ବିଲିୟମ୍ସ ଥିଲେ।
ବିଗ୍ ବାଶ୍ ଲିଗ୍ ପାଇଁ ଆଡିଲେଡ୍ ଷ୍ଟ୍ରାଇକର୍ସ ସହିତ ପ୍ରତିବଦ୍ଧତା ଯୋଗୁ ଅଷ୍ଟ୍ରେଲିଆର ଓ୍ବିଲିୟମ୍ସଙ୍କୁ ଡବ୍ଲ୍ୟୁପିଏଲ୍ ଛାଡ଼ିବାକୁ ହୋଇଛି। ରଙ୍ଗରାଜନ ଆର୍ସିବି ସପୋର୍ଟ ଷ୍ଟାଫ୍ର ଜଣେ ପ୍ରମୁଖ ସଦସ୍ୟ। ଗତ ୬ ବର୍ଷ ହେଲା ସେ ଦଳ ପାଇଁ ବିଭିନ୍ନ ଭୂମିକାରେ ସଫଳତାର ସହିତ ଦାୟିତ୍ୱ ତୁଲାଇଛନ୍ତି। ବର୍ତ୍ତମାନ ସେ ଆଗାମୀ ଡବ୍ଲ୍ୟୁପିଏଲ୍ ସାଇକେଲରେ ନୂଆ ମୁଖ୍ୟ କୋଚ୍ ଭାବେ ନିଯୁକ୍ତି ପାଇଥିବା ଆରସିବି ଏହାର ଅଫିସିଆଲ ଏକ୍ସ ହ୍ୟାଣ୍ଡେଲରେ ପୋଷ୍ଟ କରିଛି। ରଙ୍ଗରାଜନ ଆରମ୍ଭରୁ ଡବ୍ଲ୍ୟୁପିଏଲ୍ ସେଟ୍ଅପ୍ରେ ଅଂଶବିଶେଷ ରହି ଆସିଛନ୍ତି।
Dharitri – Odisha’s No.1 Odia Daily