ବିବାହ ବାର୍ଷିକୀରେ ପ୍ରଶଂସକଙ୍କୁ ଗୁଡ୍‌ନ୍ୟୁଜ୍‌ ଦେଲେ ରଣଦୀପ

ଅଭିନେତା ରଣଦୀପ ହୁଡା ତାଙ୍କର ଦ୍ୱିତୀୟ ବିବାହ ବାର୍ଷିକୀରେ ପ୍ରଶଂସକଙ୍କୁ ଗୁଡ୍‌ନ୍ୟୁଜ୍‌ ଦେଇଛନ୍ତି। ସ୍ତ୍ରୀ ଲିନ ଲାଇଶ୍ରାମଙ୍କ ସହ ଏକ ସୁନ୍ଦର ଫଟୋ ଶେୟାର କରି ଖୁବଶୀଘ୍ର ମାତାପିତା ହେବାକୁ ଯାଉଥିବା କହିଛନ୍ତି। ଫଟୋରେ ଦମ୍ପତି ଜଙ୍ଗଲରେ ଏକ ଅଗ୍ନିକୁଣ୍ଡ ପାଖରେ ବସି ହାତ ଧରାଧରି ହୋଇ ହସୁଛନ୍ତି। ଅଭିନେତା ପୋଷ୍ଟର କ୍ୟାପସନରେ ଲେଖିଛନ୍ତି, ଦୁଇ ବର୍ଷର ପ୍ରେମ, ସାହସିକତା ଏବଂ ଆଗକୁ ଗୋଟିଏ ଛୋଟ ପିଲା ଆସୁଛି।
ରଣଦୀପ ନଭେମ୍ବର ୨୦, ୨୦୨୩ରେ ଲିନ ଲାଇଶ୍ରାମଙ୍କୁ ବିବାହ କରିଥିଲେ। ସେମାନେ ମୈତେଇ ପରମ୍ପରା ଅନୁଯାୟୀ ମଣିପୁରର ଇମ୍ଫାଲରେ ବିବାହ କରିଥିଲେ। ବିବାହ ପରେ ସେମାନେ ମୁମ୍ବାଇରେ ଏକ ରିସେପ୍ସନର ଆୟୋଜନ କରିଥିଲେ। ଲିନ ଲାଇଶ୍ରାମ ଜଣେ ଅଭିନେତ୍ରୀ। ସେ ଶାହରୁଖ ଖାନଙ୍କ ଫିଲ୍ମ ‘ଓମ ଶାନ୍ତି ଓମ’ ସହିତ ବଲିଉଡରେ ଡେବ୍ୟୁ କରିଥିଲେ। ସେ ୨୦୨୩ ମସିହାରେ ‘ଜାନେ ଜାନ’ ଏବଂ ‘ମେରି କମ’ ଚଳଚ୍ଚିତ୍ରରେ ମଧ୍ୟ କାମ କରିଥିଲେ। ସେ ଜଣେ ମଡେଲ ଏବଂ ବ୍ୟବସାୟୀ ମଧ୍ୟ।
ରଣଦୀପଙ୍କୁ ଶେଷ ଥର ପାଇଁ ସନି ଦେଓଲଙ୍କ ଅଭିନୀତ ‘ଜାଟ’ (୨୦୨୫) ଚଳଚ୍ଚିତ୍ରରେ ଦେଖିବାକୁ ମିଳିଥିଲା। ଏଥିରେ ସେ ଏକ ନକାରାତ୍ମକ ଭୂମିକାରେ ଅଭିନୟ କରିଥିଲେ। ସେ ପରବର୍ତ୍ତୀ ସମୟରେ ୨୦୨୬ ମସିହାରେ ମୁକ୍ତିଲାଭ କରିବାକୁ ଥିବା ଇଂରାଜୀ ଚଳଚ୍ଚିତ୍ର ‘ମ୍ୟାଚବକ୍ସ’ରେ ନଜର ଆସିବେ।

:

Dharitri – Odisha’s No.1 Odia Daily