୪୦୦ କୋଟି କ୍ଲବ୍‌ରେ ‘ବ୍ରହ୍ମାସ୍ତ୍ର’

ମୁମ୍ବାଇ: ବଲିଉଡ ଅଭିନେତା ରଣବୀର କପୁର ଏବଂ ଆଲିଆ ଭଟ୍ଟଙ୍କ ଅଭିନୀତ ଫିଲ୍ମ ‘ବ୍ରହ୍ମାସ୍ତ୍ର’ ସେପ୍ଟେମ୍ବର ୯ରେ ରିଲିଜ୍‌ ହୋଇଯାଇଛି। ଯାହା ଏବେ ବକ୍ସ ଅଫିସରେ ସୁପରହିଟ୍‌ ହୋଇଛି। ଇତି ମଧ୍ୟରେ ଫିଲ୍ମଟି ୨୫ ଦିନରେ ସାରା ବିଶ୍ୱରେ ୪୦୦ କୋଟି ଟଙ୍କା ଆୟ କରିଥିବା ଜଣାପଡିଛି। ରିଲିଜ୍‌ ପୂର୍ବରୁ ବୟକଟ ଦାବି ହୋଇଥିଲା। ଫିଲ୍ମ ‘ବ୍ରହ୍ମାସ୍ତ୍ର’ ପାଇଁ ୪୦୦ କୋଟି ଆୟ କରିବା ସବଠାରୁ ବଡ ବୋଲି କୁହାଯାଉଛି। ଫିଲ୍ମ ‘ବ୍ରହ୍ମାସ୍ତ୍ର’ରେ ରଣବୀର-ଆଲିଆ ପ୍ରଥମ ଥର ପାଇଁ ଏକାଠି କାମ କରିଛନ୍ତି। ଫିଲ୍ମାର ଉଭୟଙ୍କ ଅଭିନୟକୁ ଦର୍ଶକ ବହୁତ ପସନ୍ଦ କରିଥିଲେ। ରଣବୀର-ଆଲିଆ ବ୍ୟତିତ ଅମିତାଭ ବଚ୍ଚନ, ମୌନି ରୟ, ନାଗାର୍ଜୁନ ଏହି ଫିଲ୍ମରେ ପ୍ରମୁଖ ଭୂମିକାରେ ଅଛନ୍ତି।