ଝିଅ ଘରକୁ ଯାଇ ଫେରୁଥିଲେ, ପଛପଟୁ ପିଟିଲା ବାଇକ୍‌: ଚାଲିଗଲା ରାମଙ୍କ ଜୀବନ

କଲ୍ୟାଣସିଂହପୁର,୧୮।୬(ଦୀପକ କୁମାର ପରିଡ଼ା): ରାୟଗଡ଼ା ଜିଲା କାଶିପୁର ବ୍ଲକ କଲ୍ୟାଣସିହପୁର ସିମାନ୍ତ ମାଣ୍ଡିବିସି ପଞ୍ଚାୟତରର ଭିତରଚରା ଗାଁରେ ଏକ ବାଇକ୍‌ ଦୁର୍ଘଟଣା ଘଟିଛି। ଏଥିରେ ଜଣଙ୍କ ମୃତ୍ୟୁ ଘଟିଛି।
ସୁଚନା ମୁତାବକ, ଭିତର ଚୋରା ଗାଁର ରାମ ମାଝି (୬୩) ତାଙ୍କ ଝିଅ ଘର ବର୍ତ୍ତିବାଲି ଯାଇ ଫେରିବା ସମୟରେ ପଛପଟୁ ଏକ ବାଇକ ଧକ୍କା ଦେଇଥିଲା ଘଟଣାସ୍ଥଳରେ ଟଳି ପଡ଼ିଥିଲେ। ଏହି ଖବର ପାଇ ପରିବାର ଲୋକେ ରାମଙ୍କୁ ସଙ୍ଗେ ସଙ୍ଗେ କଲ୍ୟାଣସିଂହପୁର ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରକୁ ନେବା ସମୟରେ ବାଟରେ ତାଙ୍କ ମୃତ୍ୟୁ ହୋଇଥିଲା। ବର୍ତ୍ତମାନ ମୃତଦେହ କଲ୍ୟାଣସିଂହପୁର ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ ରହିଛି।