ସମସ୍ୟାରେ ଥୁଆମୂଳ ରାମପୁର ବ୍ଲକ୍ : ସମାଧାନ ଶୂନ୍ୟ, ପ୍ରହସନ ପାଲଟିଛି ଅଭିଯୋଗ ଶୁଣାଣି

ଆମୂଳ ରାମପୁର,୧୧ା୮ (ଦୁର୍ଗା କୀର୍ତ୍ତି)- ଥୁଆମୂଳ ରାମପୁର ବ୍ଲକରେ ପୂର୍ବରୁ ଅଭିଯୋଗ ଶୁଣାଣି ହୋଇଥିଲେ ମଧ୍ୟ ସମସ୍ୟା ସମାଧାନ ହୋଇପାରି ନ ଥିବାରୁ ଏହା ଏକପ୍ରକାର ପ୍ରହସନରେ ପରିଣତ ହୋଇଛି ବେଲି କେତେ ଜଣ ହିତାଧିକାରୀ ପ୍ରକାଶ କରିଥିଲେ। ପଞ୍ଚାୟତ ସମିତି ସଭାଗୃହଠାରେ ସୋମବାର କଳାହାଣ୍ଡି ଜିଲାପାଳ ପାଓ୍ବାର ସଚିନ ପ୍ରକାଶଙ୍କ ଅଧ୍ୟକ୍ଷତାରେ ଅଭିଯୋଗ ଶୁଣାଣି ଓ ସମାଧାନ ଶିବିର ଅନୁଷ୍ଠିତ ହୋଇଥିଲା। ଗୋଷ୍ଠୀ ଉନ୍ନୟନ ଅଧିକାରୀ ଧ୍ରୁବଚରଣ ମୁଦୁଲି ଶିବିର ପରିଚାଳନା କରିଥିବାବେଳେ ଜିଲା ଓ ବ୍ଲକର ବିଭିନ୍ନ ବିଭାଗର ଅଧିକାରୀ ଉପସ୍ଥିତ ରହିଥିଲେ। ପୂର୍ବରୁ ବ୍ଲକ ସଦର ମହକୁମାରେ ଜିଓ ନେଟ୍‌ୱର୍କ ସ୍ଥାପନ, ମୁଖ୍ୟାଳୟର ଦୁଇ ଗୋଟି ପୋଖରୀ ସୌନ୍ଦର୍ଯ୍ୟକରଣ, ବିଭିନ୍ନ ବିଭାଗରେ ଖାଲି ପଡ଼ିଥିବା ପଦବୀ ପୂରଣ, ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ମହାପ୍ରୟାଣ ଗାଡ଼ି ବ୍ୟବସ୍ଥା ଭଳି ଅନେକ ଅଭିଯୋଗ ହୋଇ ଆସିଥିଲେ ମଧ୍ୟ ଜିଲା କିମ୍ବା ବ୍ଲକ ପ୍ରଶାସନ ପକ୍ଷରୁ ଏହାର ସମାଧାନ ହୋଇପାରି ନ ଥିବା ଲୋକେ ଅଭିଯୋଗ କରି ପଦକ୍ଷେପ ନେବାକୁ ଦାବି କରିଥିଲେ। ଏନେଇ ବିଡ଼ିଓ ମୁଦୁଲିଙ୍କୁ ପଚାରିବାରୁ ସେ କୌଣସି ସନ୍ତୋଷଜନକ ଉତ୍ତର ରଖିପାରି ନ ଥିଲେ।

Share