ଗଞ୍ଜାମ,୬।୪(ବିଦ୍ୟାଧର ସାହୁ ): ଗଞ୍ଜାମ ସହରରେ ଶ୍ରୀରାମ ନବମୀ ଧୂମଧାମରେ ପାଳିତ ହେଉଛ।ଏହି ଉପଲକ୍ଷେ ଶନିବାର ସନ୍ଧ୍ୟାରେ କଳସ ଯାତ୍ରା ଅନୁଷ୍ଠିତ ହେବା ପରେ ପୁଇଁତୋଳା ହନୁମାନ ମନ୍ଦିରରେ ରବିବାର ସକାଳେ ଅଷ୍ଟପ୍ରହରୀ ନାମଯଜ୍ଞ ଆରମ୍ଭ ହୋଇଛ। ଏହାକୁ ଗ୍ରାମବାସୀ ପରିଚାଳନା କରୁଛନ୍ତି ।
ସେହିପରି ବଡ଼ ବଜାର ଲଛମନ ହନୁମାନ ମନ୍ଦିରରେ ମଧ୍ୟ ଶ୍ରୀରାମ ନବମୀ ପାଳନ ହେଉଅଛି । ଋଷୁକୂଲ୍ୟା ନଦୀରୁ ଜଳ ଭାର ଅଣା ଯାଇଥିଲା। ଏହି ଉପଲକ୍ଷେ ସେଠାରେ ନଅ ଦିନବ୍ୟାପି ନବାହ୍ନ ପରାୟଣ ଅନୁଷ୍ଠିତ ହେଉଅଛି । ଗୋବିନ୍ଦ ବାରିକି, ଶୁଭ ପଟ୍ଟନାୟକ, କୃଷ୍ଣ ଚନ୍ଦ୍ର ଦାସ ପ୍ରମୁଖ ପରିଚାଳନା କରୁଛନ୍ତି । ଶ୍ରୀରାମ ପଦଧନିଇ ସହର ପ୍ରକମ୍ପିତ ହୋଇଥିଲା।