୨୦ କୋଟି ଅଫର୍‌ ଦେଲେ ବି ଆଇପିଏଲ୍‌ ଖେଳିବେ ନାହିଁ ବାବର, କାରଣ ବି କହିଲେ…

ଇସଲାମାବାଦ,୯।୫: ଇଣ୍ଡିଆନ ପ୍ରିମିୟର ଲିଗ୍‌(ଆଇପିଏଲ୍‌)କୁ ନେଇ ସାରା ବିଶ୍ୱରେ କ୍ରେଜ୍‌ ଅଧିକ ରହିଛି। ଏହା ଏଭଳି ଏକ ଟୁର୍ନାମେଣ୍ଟ ଯେଉଁଠି ରାତାରାତି ଯେକୌଣସି ଖେଳାଳିର ଭାଗ୍ୟ ବଦଳାଇ ଦେଇପାରେ। ଅଚିହ୍ନା, ଅପରିଚିତରୁ ଷ୍ଟାର କରିପାରେ। କେବଳ ଏତିକି ନୁହେଁ ଏହାର ଅନେକ ଉଦାହରଣ ରହିଛି ଯେଉଁଠାରେ ଆଇପିଏଲ୍‌ ଖେଳାଳିଙ୍କ କ୍ରିକେଟ କ୍ୟାରିୟର ସମ୍ପୂର୍ଣ୍ଣ ଭାବେ ବଦଳାଇଦେଇଛି। ଏହି କାରଣରୁ ପ୍ରତ୍ୟେକ ଖେଳାଳି ଏହି ଲିଗ୍‌ରେ ଖେଳିବାର ସ୍ବପ୍ନ ଦେଖିଥାନ୍ତି। ପାକିସ୍ତାନର ଯୁବ ଖେଳାଳିମାନେ ମଧ୍ୟ ଏହି ଲିଗ୍‌ରେ ଖେଳିବାର ସ୍ବପ୍ନ ଦେଖିଥାନ୍ତି। ହେଲେ ସେମାନେ ଚାହିଁିଲେ ବି ତାହା ହୋଇପାରିବ ନାହିଁ।

୨୦୦୮ ଆଇପିଏଲ୍‌ କିନ୍ତୁ ଭିନ୍ନ ଥିଲା। ଏଥିରେ ପାକିସ୍ତାନର ଖେଳାଳିମାନେ ଖେଳିଥିଲେ। ଏହାପରେ ମୁମ୍ବାଇ ଆକ୍ରମଣକୁ ନେଇ ଲିଗ୍‌ରେ ପାକିସ୍ତାନ ଖେଳାଳିଙ୍କ ଉପରେ ବ୍ୟାନ୍‌ ଲଗାଯାଇଥିଲା। ଏବେ ପାକିସ୍ତାନ କ୍ରିକେଟ ବୋର୍ଡ(ପିସିବି) ପୂର୍ବତନ ଅଧ୍ୟକ୍ଷ ରମିଜ ରାଜା ଆଇପିଏଲ୍‌ ଏବଂ ବାବର ଆଜମଙ୍କୁ ନେଇ ବଡ଼ ପ୍ରତିକ୍ରିୟା ଦେଇଛନ୍ତି।

ଯଦି ଆଇପିଏଲ୍‌ ଫ୍ରାଞ୍ଚାଇଜ୍‌ ବାବର ଆଜମଙ୍କୁ ୨୦ କୋଟି ବି ଅଫର୍‌ ଦିଏ ତେବେ ବି ସେ ତାହାକୁ ସ୍ବୀକାର କରିବେ ନାହିଁ। କାରଣ ସେ ଜଣେ ଦେଶଭକ୍ତ ବୋଲି ରମିଜ କହିଛନ୍ତି।

Share
Tags: Sports News