ରାମକୃଷ୍ଣଙ୍କୁ ମିଳିଲା ବଡ଼ ଦାୟିତ୍ୱ

ଉମରକୋଟ,୧୦।୩(ସନ୍ତୋଷ ଶତପଥୀ): ବରିଷ୍ଠ ଆଇନଜୀବୀ ତଥା ଭାଜପା ବରିଷ୍ଠ ନେତା ରାମକୃଷ୍ଣ ନାୟକଙ୍କୁ ନବରଙ୍ଗପୁର ଏମ୍‌ପି ବଳଭଦ୍ର ମାଝିଙ୍କ ଉମରକୋଟ ପୌର ପରିଷଦ ପ୍ରତିନିଧିଭାବେ ମନୋନୀତ କରାଯାଇଛି। ଏମ୍‌ପି ବଳଭଦ୍ର ମାଝି ଉମରକୋଟ ପୌର ନିର୍ବାହୀ ଅଧିକାରୀଙ୍କୁ ଏ ନେଇ ଚିଠି କରିଛନ୍ତି।

ତାଙ୍କ ଅନୁପସ୍ଥିରେ ପୌର ପରିଷଦର ଯେକୌଣସି ସଭା ଓ କାର୍ଯ୍ୟରେ ରାମକୃଷ୍ଣ ପ୍ରତିନିଧିଭାବେ ଉପସ୍ଥିତ ରହିବେ ବୋଲି ସେଥିରେ ଉଲ୍ଲେଖ ରହିଛି। ସହର ପରିମଳ, ଉନ୍ନତି ଓ ସ୍ଥାନୀୟ ଜନସାଧାରଣଙ୍କ ଯେକୌଣସି ସମସ୍ୟାକୁ ସୁଚାରୁ ରୂପେ ତୁଲାଇବା ପାଇଁ ଚେଷ୍ଟା କରିବେ ବୋଲି ରାମକୃଷ୍ଣ ନିଜ ପ୍ରତିକ୍ରିୟାରେ କହିଛନ୍ତି।