ରାମନବମୀରେ ଭକ୍ତିମୟ ଗଜପତି, ବିଭିନ୍ନ ମନ୍ଦିର ବୁଲି ପ୍ରଭୁଙ୍କ ଆଶୀର୍ବାଦ ନେଲେ ପାରଳା ବିଧାୟକ

ପାରଳାଖେମୁଣ୍ଡି,୨୭।୩(ଗିରିଧାରୀ ପରିଛା): ପବିତ୍ର ଶ୍ରୀରାମ ନବମୀ ଅବସରରେ ଗଜପତି ଜିଲ୍ଲାର ବିଭିନ୍ନ ପ୍ରାନ୍ତରେ ଆଧ୍ୟାତ୍ମିକ ପରିବେଶ ମଧ୍ୟରେ ପୂଜାର୍ଚ୍ଚନା ଅନୁଷ୍ଠିତ ହୋଇଯାଇଛି। ଏହି ଅବସରରେ ପାରଳାଖେମୁଣ୍ଡି ବିଧାୟକ ଇଂ. ରୂପେଶ କୁମାର ପାଣିଗ୍ରାହୀ ବିଭିନ୍ନ ରାମ ମନ୍ଦିର ଦର୍ଶନ କରି ଜନସମାଜର ମଙ୍ଗଳ କାମନା କରିଛନ୍ତି।
ବିଧାୟକ ପାଣିଗ୍ରାହୀ ପ୍ରଥମେ ଗୋଷାଣି ବ୍ଲକ ଅନ୍ତର୍ଗତ ବଡ଼ହଂସା ଗ୍ରାମରେ ଥିବା ପ୍ରଭୁ ଶ୍ରୀରାମଙ୍କ ମନ୍ଦିରର ବାର୍ଷିକ ଉତ୍ସବରେ ସାମିଲ ହୋଇଥିଲେ। ସେଠାରେ ସେ ପ୍ରଭୁଙ୍କ ଦର୍ଶନ କରିବା ସହ ଆଶିଷ ଭିକ୍ଷା କରିଥିଲେ। କାର୍ଯ୍ୟକ୍ରମ ଶେଷରେ ସେ ଗ୍ରାମବାସୀଙ୍କ ସହ ମିଶି ଅନ୍ନପ୍ରସାଦ ସେବନ କରିଥିଲେ। ଏହି ଅବସରରେ ପୂର୍ବତନ ସରପଞ୍ଚ ଏମ. କ୍ରିଷ୍ଣା ରାଓ, ବୃନ୍ଦାବନ ପାରିଗାଙ୍କ ସମେତ ଶତାଧିକ ଭକ୍ତ ଉପସ୍ଥିତ ଥିଲେ।
ଏହାପରେ ବିଧାୟକ ପାରଳାଖେମୁଣ୍ଡି ସହରର ବିଭିନ୍ନ ରାମ ମନ୍ଦିର ପରିଦର୍ଶନ କରିଥିଲେ। ମର୍ଯ୍ୟାଦା ପୁରୁଷୋତ୍ତମ ପ୍ରଭୁ ଶ୍ରୀରାମଚନ୍ଦ୍ରଙ୍କ ନିକଟରେ ପ୍ରାର୍ଥନା କରି ସମଗ୍ର ଜନସମାଜର ସୁଖ, ଶାନ୍ତି ଓ ସମୃଦ୍ଧି ପାଇଁ ସେ କାମନା କରିଥିବା କଥା ଗଣମାଧ୍ୟମକୁ ଜଣାଇଛନ୍ତି।
Dharitri – Odisha’s No.1 Odia Daily

Share