ନୂଆଦିଲ୍ଲୀ,୨୫।୧୦: ଅଯୋଧ୍ୟାରେ ନିର୍ମିତ ଭବ୍ୟ ଶ୍ରୀରାମ ମନ୍ଦିରର ଉଦ୍ଘାଟନ ଜାନୁୟାରୀ ୨୨ରେ ହେବ। ଅପରାହ୍ନ ୧୨.୩୦ ମିନିଟ୍ରେ ପ୍ରାଣ ପ୍ରତିଷ୍ଠା କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ। ଏହି ସ୍ବତନ୍ତ୍ର ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଉପସ୍ଥିତ ରହିବେ। ଏନେଇ ବୁଧବାର ରାମଜନ୍ମ ଭୂମି ତୀର୍ଥ ଟ୍ରଷ୍ଟର ସଦସ୍ୟମାନେ ପ୍ରଧାନମନ୍ତ୍ରୀଙ୍କୁ ଭେଟି କାର୍ଯ୍ୟକ୍ରମରେ ସାମିଲ ହେବାର ନିମନ୍ତ୍ରଣ ଦେଇଥିଲେ। ଏହାକୁ ପ୍ରଧାନମନ୍ତ୍ରୀ ସ୍ବୀକାର କରିଥିବା ଜଣାପଡ଼ିଛି।