ଲାଞ୍ଜିଗଡ଼,୯ା୮(ରମେଶ ଚନ୍ଦ୍ର ନାୟକ): କଳାହାଣ୍ଡି ଜିଲା ଲାଞ୍ଜିଗଡ଼ ବ୍ଲକ୍ କାନକୁଟରୁ ପଞ୍ଚାୟତ ପାଇକବୋରି ଅଙ୍ଗନଓ୍ବାଡି କେନ୍ଦ୍ରରେ ଶନିବାର ପବିତ୍ର ରକ୍ଷାବନ୍ଧନ ଉତ୍ସବ ଅନୁଷ୍ଠିତ ହୋଇଯାଇଛି। ଅଙ୍ଗନଓ୍ବାଡି କର୍ମୀ ଚଞ୍ଚଲା ସାହୁଙ୍କ ତତ୍ତ୍ୱାବଧାନରେ ଶୁଭ କଳସ ସ୍ଥାପନ କରି ଶିଶୁମାନେ ପରସ୍ପରକୁ ରାଖୀ ବାନ୍ଧି, ମିଠା ଖୁଆଇ ନିଜ ସମ୍ପର୍କକୁ ସୁଦୃଢ କରିଛନ୍ତି। କାର୍ଯ୍ୟକ୍ରମରେ କାନକୁଟରୁ ସରପଞ୍ଚ ବନମାଳୀ ମାଝୀ ଉପସ୍ଥିତ ରହି ଶିଶୁମାନଙ୍କୁ ଉତ୍ସାହିତ କରିଥିଲେ। ବରିଷ୍ଠ ଶିକ୍ଷକ ଶ୍ୟାମସୁନ୍ଦର ନାଗ, ସୌଦାମିନୀ ମାର୍ଥା, ଗୋଲାପୀ ମାର୍ଥା, ଉର ମାର୍ଥା, ଶାନ୍ତି ନାଗ ଉପସ୍ଥିତ ଥିଲେ।