ପାକିସ୍ତାନର ବୋହୂ ହେବେ ରାଖୀ ସାଓ୍ବନ୍ତ, PAKର ଏହି ବ୍ୟକ୍ତିଙ୍କୁ କରିବେ ତୃତୀୟ ବିବାହ..ଜାଣନ୍ତୁ

ମୁମ୍ବାଇ: ବି-ଟାଉନ୍‌ର ଡ୍ରାମା କୁଇନ୍‌ ରାଖୀ ସାଓ୍ବନ୍ତ ପୁଣିଥରେ ବ୍ୟକ୍ତିଗତ ଜୀବନକୁ ନେଇ ଚର୍ଚ୍ଚାରେ। ଦୁଇ ଦୁଇ ଥର ବିବାହରେ ବିଫଳ ହେବା ପରେ ସେ ତୃତୀୟ ବିବାହ କରିବେ। ଏଥିଲାଗି ସେ ପାକିସ୍ତାନର ଯୁବକଙ୍କୁ ବାଛିଛନ୍ତି। ସେ ହେଲେ ଡୋଡି ଖାନ୍‌, ଯିଏକି ଜଣେ ପାକିସ୍ତାନୀ ଅଭିନେତା।

ନିକଟରେ ଏକ କାର୍ଯ୍ୟକ୍ରମ ଲାଗି ରାକ୍ଷୀ ପାକିସ୍ତାନ ଯାଇଥିଲେ। ସେଠାରୁ ଫେରି ସେ ଗଣମାଧ୍ୟମ ଆଗରେ ବଡ଼ ବୟାନ ଦେଇଛନ୍ତି। ତାଙ୍କର ତୃତୀୟ ବିବାହଠାରୁ ଆରମ୍ଭ କରି ହନିମୁନ୍‌ ଯାଏର ଯୋଜନା ବିଷୟରେ ସେ ଜଣାଇଛନ୍ତି।

ଇଟାଇମ୍ସ ସହ ସାକ୍ଷାତକାରରେ ରାକ୍ଷୀ କହିଛନ୍ତି, ମୋତେ ବିବାହ ଲାଗି ବହୁତ ପ୍ରସ୍ତାବ ଆସୁଛି। ମୋତେ ପାକିସ୍ତାନର ଲୋକ ବହୁତ ପସନ୍ଦ। ସେଠାରେ ମୋର ବହୁତ ପ୍ରଶଂସକ ଅଛନ୍ତି। ମୋର ବିବାହ ଇସଲାମ ରୀତିନୀତିରେ ପାକିସ୍ତାନରେ ହେବ। ବିବାହ ଭୋଜି ଭାରତରେ ଦିଆଯିବ। ଆମେ ହନିମୁନ୍‌ ଲାଗି ସ୍ବିଜରଲ୍ୟାଣ୍ଡ ନଚେତ ନେଦରଲ୍ୟାଣ୍ଡ ଯିବୁ। ଏପରିକି ବିବାହ ପରେ ସେ ଏବଂ ଡୋଡି ଦୁବାଇରେ ରହିବେ ବୋଲି ଅଭିନେତ୍ରୀ ସ୍ପଷ୍ଟ କରିଛନ୍ତି।

ରାକ୍ଷୀଙ୍କୁ ପାକିସ୍ତାନର ଅଭିନେତା ଡୋଡି ପ୍ରପୋଜ କରିଛନ୍ତି। ତାଙ୍କ ସୋସିଆଲ ମିଡିଆ ଆକାଉଣ୍ଟ ଦେଖିଲେ ସେ ପେସାରେ ଜଣେ ଅଭିନେତା ସହ ପ୍ରଯୋଜକ ବୋଲି ଜଣାପଡ଼ିଛି। ତାଙ୍କୁ ୨୨ ହଜାର ଲୋକେ ଫଲୋ କରନ୍ତି। ଅପରପକ୍ଷେ ଡୋଡିଙ୍କ ପୂର୍ବରୁ ରାକ୍ଷୀ ଦୁଇ ଥର ବିବାହ କରିଥିଲେ। ପ୍ରଥମ ବିବାହ ରିତେଶ ଏବଂ ଦ୍ୱିତୀୟ ବିବାହ ଆଦିଲ ଖାନ୍‌ଙ୍କୁ କରିଥିଲେ। ସେ ଆଦିଲଙ୍କୁ ବିବାହ ସମୟରେ ଇସଲାମ ଧର୍ମ ଆପଣାଇ ନେଇଥିଲେ।