ଜଳେଶ୍ୱର,୯।୮:(ନବୀନ ସାହୁ):ରାଖୀ ପୂର୍ଣ୍ଣିମାରେ ଅଘଟଣ। ସୁବର୍ଣ୍ଣରେଖାରେ କାଉଡ଼ିଆ ଭାବେ ପାଣି ଲାଗି କରୁଥିବାବେଳେ ହଠାତ୍ ପାଣି ସୁଅରେ ଭାସିଗଲେ ଦୁଇ ଭଉଣୀ। ଉଦ୍ଧାର କାର୍ଯ୍ୟ ଜାରି ରହିଛି। ସୂଚନା ଅନୁସାରେ, ଜଳେଶ୍ୱର ବ୍ଲକ ଶିଖରପୁର ପଂଚାୟତର ସୁବର୍ଣ୍ଣରେଖା ଘାଟରେ ଚକହରି ଗ୍ରାମର କାହ୍ନୁ ଦାସଙ୍କ ଦୁଇ କନ୍ୟା ପରି ଏବଂ ନନ୍ଦିନୀ ଆଜି ରାକ୍ଷୀପୂର୍ଣ୍ଣମୀ ଥିବା ହେତୁ ସକାଳ ୮ ଘଟିକା ସମୟରେ ନିଜ ଗ୍ରାମରେ ଥିବା ଶିବ ମନ୍ଦିରରେ ଜଳ ଲାଗି କରିବା ଲାଗି ପାଖରେ ଥିବା ସୁବର୍ଣ୍ଣରେଖା ଘାଟରେ ନଦୀରେ ପାଣି କାଉଡ଼ିଆ ସାଜି ପାଣି ଉଠାଉ ଥିବା ସମୟରେ ଗୋଡ ଖସି ଯିବାରୁ ସୁବର୍ଣ୍ଣରେଖା ସ୍ରୋତରେ ଭାସି ଯାଇଥିଲେ। ଭାସି ଯିବା ଖବର ଶୁଣି ପାଖରେ ଥିବା ଦମକଳ ବାହୀନି ଏବଂ ଓଡ଼୍ରାଫକୁ ଖବର ଦେଇଥିଲେ। ପରେ ଦମକଳ ବାହିନୀ ଏବଂ ଗାଁ ଲୋକ ଦେଶି ଡଙ୍ଗା ସାହାଯ୍ୟରେ ଖୋଜା ଖୋଜି କରିଥିଲେ। କିନ୍ତୁ ଦୁଇ ନାବାଳିକା ଭଉଣୀଙ୍କ ପତ୍ତା ମିଳିନାହିଁ।