ରାଇକିଆ,୧୫।୧୨,(ପ୍ରଦୀପ ବେହେରା): ଭୁବନେଶର ପଠାଣୀ ସାମନ୍ତ ପ୍ଲାନେଟାରିୟମରେ ଆୟୋଜିତ ଯୁବ ଜ୍ୟୋତିର୍ବିଜ୍ଞାନୀ ପ୍ରତିଭା ଖୋଜ କାର୍ଯ୍ୟକ୍ରମରେ ନିଜର ପ୍ରତିଭା ଦେଖାଇଛନ୍ତି କନ୍ଧମାଳ ଜିଲା ରାଇକିଆ ବିଜୟ ହାଇସ୍କୁଲର ରାକେଶ ନାୟକ। ଟାଟା ଷ୍ଟିଲ ତରଫରୁ ଭୁବନେଶର ଆୟୋଜିତ ଯୁବ ଜ୍ୟୋତିର୍ବିଜ୍ଞାନୀ ପ୍ରତିଭା ଖୋଜ ପ୍ରତିଯୋଗିତାର ଗ୍ରାଣ୍ଡ ଫାଇନାଲରେ ୩୦ଜଣଙ୍କ ମଧ୍ୟରେ ସ୍ଥାନ ପାଇଛନ୍ତି। ରାକେଶ ଏହି ପ୍ରତିଯୋଗୀତାରେ ‘ମହାକାଶକୁ ଭାରତର ମାନବ ମିଶନ’ ପ୍ରକଳ୍ପ ଉପସ୍ଥାପନ କରିବା ସହ ଏ ସଂପର୍କିତ କୁଇଜରେ ମଧ୍ୟ ଭାଗ ନେଇଥିଲେ । ରାଜ୍ୟର ବିଭିନ୍ନ ଜିଲାରୁ ଶ୍ରେଷ୍ଠ ଛାତ୍ରୀଛାତ୍ର ଏହି ଗ୍ରାଣ୍ଡ ଫାଇନାଲରେ ଅଂଶଗ୍ରହଣ କରିଥିଲେ। ମାଷ୍ଟର ରାକେଶଙ୍କୁ ବିଦ୍ୟାଳୟର ପ୍ରଧାନଶିକ୍ଷକ ଯୋଗେନ୍ଦ୍ର ନୀଳମଣି ମଣ୍ଡଳ ଏବଂ ବିଜ୍ଞାନ ଶିକ୍ଷକ ମୋଜେସ ନାୟକଙ୍କ ତତ୍ତାବଧାନରେ ପ୍ରଶିକ୍ଷଣ ନେଇ ସେ ବିଦ୍ୟାଳୟ ପାଇଁ ଗୌରବ ଆଣିଛନ୍ତି । କୃତୀ ପ୍ରତିଯୋଗୀ ମାନେ ଇସ୍ରୋ ପରିଦର୍ଶନ ସହ ପ୍ରତିଷ୍ଠିତ ଜ୍ୟୋତିର୍ବିଜ୍ଞାନୀମାନଙ୍କୁ ଭେଟିବାର ସୁଯୋଗ ପାଇବେ ।
Dharitri – The Largest & Most Trusted Odia Daily