ପାକିସ୍ତାନକୁ ରାଜନାଥଙ୍କ କଡ଼ା ଚେତାବନୀ: କୌଣସି ଅପ୍ରୀତିକର କାର୍ଯ୍ୟକଳାପକୁ ପ୍ରୋତ୍ସାହନ ଦେଲେ କଥା ବହୁତ ଆଗକୁ ଯିବ

ଶ୍ରୀଗନର,୧୫ା୫: ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ ଗୁରୁବାର ଜମ୍ମୁ-କଶ୍ମୀରରେ ପହଞ୍ଚିଛନ୍ତି। ସେ ‘ଅପରେଶନ ସିନ୍ଦୂର’ ପରେ ପ୍ରଥମଥର ଏଠାରେ ସେନା କର୍ମଚାରୀଙ୍କୁ ଭେଟିଛନ୍ତି। ରାଜନାଥ ସେନା କର୍ମଚାରୀଙ୍କୁ ଭେଟିବା ପରେ କହିଛନ୍ତି, ପାକିସ୍ତାନର ପରମାଣୁ ବୋମାକୁ IAEA(ଅନ୍ତର୍ଜାତୀୟ ଆଣିବକ ଶକ୍ତି ସଂସ୍ଥା)ର ତତ୍ତ୍ୱାବଧାନରେ ଆଣିବା ଉଚିତ୍‌।

ସେ ପାକିସ୍ତାନକୁ ଚେତାବନୀ ଦେଇ କହିଛନ୍ତି ଯେ, ଉଭୟ ଦେଶ ସହମତ ହେବା ପରେ ପରିସ୍ଥିତି ଶାନ୍ତ ପଡ଼ିଛି। ମାତ୍ର ପାକିସ୍ତାନ ଯଦି କୌଣସି ଅପ୍ରୀତିକର କାର୍ଯ୍ୟକଳାପକୁ ଅନୁମତି ଦିଏ ତେବେ କଥା ବହୁତ ଆଗକୁ ଯିବ।

ମନ୍ତ୍ରୀ କହିଛନ୍ତି, ମୁଁ ପହଲଗାମରେ ସୈନିକଙ୍କ ଶହୀଦତା ଏବଂ ନିର୍ଦ୍ଦୋଷ ନାଗରିକଙ୍କ ପ୍ରତି ମୋର ଶ୍ରଦ୍ଧାଞ୍ଜଳି ଜଣାଉଛି, ଆହତ ସୈନିକଙ୍କ ସାହସକୁ ମୁଁ ମୋର ଶ୍ରଦ୍ଧାଞ୍ଜଳି ଜଣାଉଛି ଏବଂ ସେମାନେ ଶୀଘ୍ର ସୁସ୍ଥ ହୁଅନ୍ତୁ ବୋଲି ଭଗବାନଙ୍କ ନିକଟରେ ପ୍ରାର୍ଥନା କରୁଛି।