ବିବାହ ବାର୍ଷିକୀରେ ବାପା ହେଲେ ରାଜକୁମାର: ଘରକୁ ଆସିଲା…

ଅଭିନେତା ରାଜକୁମାର ରାଓ ପିତା ହୋଇଛନ୍ତି। ତାଙ୍କ ପତ୍ନୀ ପତ୍ରଲେଖା ଏକ କନ୍ୟା ସନ୍ତାନକୁ ଜନ୍ମ ଦେଇଛନ୍ତି। ଅଭିନେତା ଏହି ବିଶେଷ ଖବର ପ୍ରଶଂସକଙ୍କ ସହ ଶେୟାର କରିଛନ୍ତି। ତାଙ୍କୁ ଅଭିନନ୍ଦନର ସୁଅ ଛୁଟିବାରେ ଲାଗିଛି। ରାଜକୁମାର ଏବଂ ପତ୍ରଲେଖାଙ୍କ ବିବାହର ଚାରିବର୍ଷ ପୂରଣ କରୁଛି। ଏହି ଦିନ ଏକ କନ୍ୟା ସନ୍ତାନର ଆଗମନ ଅଭିନେତାଙ୍କ ଖୁସିକୁ ଦ୍ୱିଗୁଣିତ କରିଛି।

ଇନଷ୍ଟାଗ୍ରାମରେ ଏହି ଖୁସି ଖବର ଶେୟାର କରି ରାଜକୁମାର ଲେଖିଛନ୍ତି, ଆମର ଚତୁର୍ଥ ବିବାହ ବାର୍ଷିକୀରେ, ଭଗବାନ ଆମକୁ ସବୁଠାରୁ ବଡ଼ ଆଶୀର୍ବାଦ ଦେଇଛନ୍ତି। ଆମର ଆନନ୍ଦର କୌଣସି ସୀମା ନାହିଁ। ଭଗବାନ ଆମକୁ ଏକ କନ୍ୟା ସନ୍ତାନ ପ୍ରଦାନ କରିଛନ୍ତି। ଅଭିନେତା ପତ୍ରଲେଖାଙ୍କୁ ୧୫ ନଭେମ୍ବର ୨୦୨୧ରେ ବିବାହ କରିଥିଲେ। ଦୁହେଁ ୨୦୧୪ ଫିଲ୍ମ ସିଟି ଲାଇଟ୍ସରେ ଏକାଠି କାମ କରିଥିଲେ। ରାଜକୁମାର ୪୧ ବର୍ଷ ବୟସରେ ପିତା ହୋଇଛନ୍ତି। ସେ ୧୫ ବର୍ଷ ଧରି ଚଳଚ୍ଚିତ୍ର ଶିଳ୍ପରେ କାମ କରୁଛନ୍ତି।

 

Dharitri – Odisha’s No.1 Odia Daily