‘ପ୍ରଯୁକ୍ତି ବିଦ୍ୟାର ଦ୍ରୁତ ପ୍ରସାରରେ ରାଜୀବ ଗାନ୍ଧୀଙ୍କ ଅବଦାନ ଅତୁଳନୀୟ’

ଦିଗପହଣ୍ଡି,୨୧ା୫(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ନଗର କଂଗ୍ରେସ କମିଟି କାର୍ଯ୍ୟାଳୟରେ ବୁଧବାର ଭାରତରତ୍ନ ସ୍ବର୍ଗତ ରାଜୀବ ଗାନ୍ଧୀଙ୍କ ତିରୋଧାନ ଦିବସ ପାଳିତ ହୋଇଯାଇଛି। ନଗର କଂଗ୍ରେସ କମିଟି ସଭାପତି ତଥା ଏନ୍‌ଏସି କାଉନସିଲର ଦୀପକ କୁମାର ମିଶ୍ରଙ୍କ ଅଧ୍ୟକ୍ଷତାରେ ଆୟୋଜିତ କାର୍ଯ୍ୟକ୍ରମରେ ଏନ୍‌ଏସି ଅଧ୍ୟକ୍ଷ ପ୍ରଫୁଲ ପଣ୍ଡା ମୁଖ୍ୟ ଅତିଥି ଭାବେ ଯୋଗଦେଇ ତାଙ୍କ ଫଟୋରେ ଶ୍ରଦ୍ଧା ସୁମନ ଅର୍ପଣ କରିବା ସହ ଅମ୍ଳାନ ପ୍ରତିଭାର ସ୍ମୃତିଚାରଣ କରିଥିଲେ। ୧୮ ବର୍ଷ ରେ ଛାତ୍ରୀଛାତ୍ର ଯୁବତୀ ଯୁବକଙ୍କ ଭୋଟଦାନ ଅଧିକାର, ସମଗ୍ର ଦେଶରେ ବିଜ୍ଞାନ, କମ୍ପ୍ୟୁଟରର ବିକାଶ ସହ ସୂଚନା ଓ ପ୍ରଯୁକ୍ତି ବିଦ୍ୟାର ଦ୍ରୁତ ପ୍ରସାର ସାଙ୍ଗକୁ ଶିଳ୍ପ ବିଜ୍ଞାନ ସମ୍ବନ୍ଧୀୟ ପ୍ରକଳ୍ପର ପ୍ରତିଷ୍ଠା କ୍ଷେତ୍ରରେ ତାଙ୍କ ଯୋଗଦାନ ଅତୁଳନୀୟ ଥିଲା ବୋଲି ସେ ମତପ୍ରକାଶ କରିଥିଲେ। ଏହି କାର୍ଯ୍ୟକ୍ରମରେ ଆଇନଜୀବୀ ରସାନନ୍ଦ ରାଉତ,କାଉନସିଲର ସୁନୀଲ କୁମାର ପଣ୍ଡା, କେ.କୁନା,ଏମ. ବାଇନାଥ, ବାଲ୍ମିକୀ ବେହେରା, ରଞ୍ଜିତ କୁମାର ବେହେରା, ଗୌରଚନ୍ଦ୍ର ପୂଜାରୀ, ଇ.ଶଙ୍କର, ଶିବ ପ୍ରଧାନ, ଶଙ୍କର ମହାରଣା, ରବୀନ୍ଦ୍ର ନାଥ ପାଣିଗ୍ରାହୀ, ସୁରେନ୍ଦ୍ର ସାହୁ, କୈଳାସ ରଣା, ଦିପୁ ବେହେରା ପ୍ରମୁଖ ବହୁ ସଂଖ୍ୟକ ଦଳୀୟ ନେତୃବୃନ୍ଦ, କଂଗ୍ରେସ କର୍ମୀ ଉପସ୍ଥିତ ଥିଲେ।

Share
Tags: rajib gandhi