ପୁରୁଷୋତ୍ତମପୁର ଏସ୍‌ଡିପିଓ ଭାବେ ଦାୟିତ୍ୱ ନେଲେ ରଜନୀକାନ୍ତ

ପୁରୁଷୋତ୍ତମପୁର,୨୬।୯(ଡି.ଏନ.ଏ.): ଗଞ୍ଜାମ ଜିଲା ପୁରୁଷୋତ୍ତମପୁର ଏସ୍‌ଡିପିଓ ଭାବେ ରଜନୀକାନ୍ତ ସାମଲ ସୋମବାର କାର୍ଯ୍ୟରେ ଯୋଗ ଦେଇଛନ୍ତି। ଏଠାରେ ଥିବା ଏସ୍‌ଡିପିଓ ସୂର୍ଯ୍ୟମଣି ପ୍ରଧାନଙ୍କ ଢେଙ୍କାନାଳ ଜିଲା ସଦର ଏସ୍‌ଡିପିଓ ଭାବେ ବଦଳି କରାଯାଇଛି। ରଜନୀକାନ୍ତ ସାମଲ ଏହା ପୂର୍ବରୁ ଜଗତସିଂହପୁର ଜିଲାରେ ଡିଏସ୍‌ପି ଭାବେ କାର୍ଯ୍ୟ କରୁଥିଲେ। ନୂତନ ଭାବେ ଦାୟିତ୍ୱ ନେବା ପରେ ଏସ୍‌ଡିପିଓ କହିଛନ୍ତି ଯେ, ଅଞ୍ଚଳରେ ଅସାମାଜିକ ବ୍ୟକ୍ତିଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ସହ ବରିଷ୍ଠ ନାଗରିକଙ୍କୁ ସୁରକ୍ଷା ଦେବା ମୁଖ୍ୟ ଲକ୍ଷ୍ୟ ବୋଲି ସେ କହିଛନ୍ତି।