ରିଷିଡା, ୪।୮ (ସୁଶାନ୍ତ ମଲ୍ଲିକ): କଳାହାଣ୍ଡି ଜିଲା କର୍ଲାମୁଣ୍ଡା ପଞ୍ଚାୟତ ସ୍ଥିତ ରାଜିବ ଗାନ୍ଧୀ ସେବା କେନ୍ଦ୍ର ଗୃହ ପରିତ୍ୟକ୍ତ ଅବସ୍ଥାରେ ପଡ଼ିରହିଛି। ଦିର୍ଘବର୍ଷ ହେଲା କର୍ଲାମୁଣ୍ଡା ବ୍ଲକ ମୁଖ୍ୟ ରାସ୍ତା କଡ଼ରେ ଥିବା ଏହି ଗୃହ ଅପନ୍ତରା ହୋଇ ପଡ଼ି ରହିଥିବା ବେଳେ ବିପର୍ଯ୍ୟସ୍ତ ହୋଇ ଭୂତ କଠୋରୀ ପାଲଟିଛି। ନିକଟରେ ଗୃହକୁ ଅଲିଆ ଗଦା କରିଦେଇ ଥିବା ଦେଖିବାକୁ ମିଳିଛି। ଲୋକଙ୍କ ଜନହିତକର କଲ୍ୟାଣ ଓ ସେବା କାର୍ଯ୍ୟ ପାଇଁ ପୂର୍ବ ସରକାର ତରଫରୁ ରାଜିବ ଗାନ୍ଧୀ ସେବା କେନ୍ଦ୍ର ଗୃହ ପ୍ରତି ପଞ୍ଚାୟତରେ ନିର୍ମାଣ ହୋଇଥିଲା। ବର୍ତ୍ତମାନ ସରପଞ୍ଚଙ୍କ ଅବହେଳା ଯୋଗୁଁ ତାହା ଯତ୍ନବାନ ହୋଇପାରୁନାହିଁ। ଯାହାକୁ ନେଇ ଜନ ସାଧାରଣ ଅସନ୍ତୋଷ ବ୍ୟକ୍ତ କରିଛନ୍ତି। ଏଥିପ୍ରତି ଜିଲା ପ୍ରଶାସନ ଦୃଷ୍ଟି ଦେବାକୁ ଅଞ୍ଚଳବାସୀ ଦାବି କରିଛନ୍ତି।