ଜୟପୁର,୩ା୫: ଇଣ୍ଡିଆନ ପ୍ରିମିୟର ଲିଗ୍ (ଆଇପିଏଲ୍)ରେ ଗୁରୁବାର ଖେଳାଯାଇଥିବା ମ୍ୟାଚରେ ମୁମ୍ବାଇ ଇଣ୍ଡିଆନ୍ସ ୧୦୦ ରନରେ ରାଜସ୍ଥାନ ରୟାଲ୍ସକୁ ପରାସ୍ତ କରିଛି। ଏହି ପରାଜୟ ଦ୍ୱାରା ରାଜସ୍ଥାନ ଦଳର ପ୍ଲେ-ଅଫ୍ ଆଶା ଶେଷ ହୋଇଯାଇଛି। ମ୍ୟାଚରେ ପ୍ରଥମେ ବ୍ୟାଟିଂ କରିଥିବା ମୁମ୍ବାଇ ୨ଉଇକେଟ ବିନିମୟରେ ୨୧୭ରନ କରିଥିଲା। ଜବାବରେ ରାଜସ୍ଥାନ ୧୬.୧ ଓଭରରେ ୧୧୭ ରନ କରି ଅଲଆଉଟ ହୋଇଯାଇଥିଲା।
ଅନ୍ୟପକ୍ଷରେ ମୁମ୍ବାଇ ଏହି ବିଜୟ ଦ୍ୱାରା ପ୍ଲେ-ଅଫ୍ର ନିକଟତର ହୋଇଛି। ମ୍ୟାଚରେ ରୋହିତ ଶର୍ମା (୩୬ ବଲ୍ରୁ ୫୩ରନ) ଓ ର଼୍ୟାନ ରିକେଲଟନ (୩୮ ବଲ୍ରୁ ୬୧ରନ) ଚମତ୍କାର ଅର୍ଦ୍ଧଶତକ ସହ ଦଳକୁ ଭଲ ଆରମ୍ଭ ଦେଇଥିଲେ। ଅଧିନାୟକ ହାର୍ଦ୍ଦିକ ପାଣ୍ଡ୍ୟା (୨୩ ବଲ୍ରୁ ୪୮) ଓ ସୂର୍ଯ୍ୟକୁମାର ଯାଦବ (୨୩ ବଲ୍ରୁ ୪୮) ଚିତ୍ତାକର୍ଷକ ବ୍ୟାଟିଂ କରି ମୁମ୍ବାଇ ଇନିଂସର ଫିନିଶିଂ ଟଚ୍ ଦେଇଥିଲେ।
ଯଶପ୍ରୀତ ବୁମ୍ରା (୨/୧୫) ଓ ଟ୍ରେଣ୍ଟ ବୋଲ୍ଟ (୩/୨୮) ଓ ଲେଗ୍ ସ୍ପିନର କର୍ନ ଶର୍ମା (୩/୨୩) ପ୍ରଭାବୀ ବୋଲିଂ କରି ରାଜସ୍ଥାନ ଦଳର ବ୍ୟାଟିଂ ବିପର୍ଯ୍ୟୟ ଘଟାଇ ଦଳ ପାଇଁ ବୃହତ୍ ବିଜୟ ଆଣି ଦେଇଥିଲେ। ରାଜସ୍ଥାନ ଦଳର ରହସ୍ୟମୟ ବାଳକ ବୈଭବ ସୂର୍ଯ୍ୟବଂଶୀ ମାତ୍ର ୨ଟି ବଲ୍ ସାମ୍ନା କରି ବିନା କୌଣସି ରନ୍ରେ ପ୍ୟାଭିଲିୟନ ଫେରିଥିଲେ।