ସଞ୍ଜୁ ସାମସନ ରିଲିଜ ହେବା ନେଇ ହେଉଥିଲା ଚର୍ଚ୍ଚା, ହେଲେ ରାଜସ୍ଥାନରୁ ଦ୍ରାବିଡ ବିଦା

ନୂଆଦିଲ୍ଲୀ,୩୦।୮: ଇଣ୍ଡିଆନ ପ୍ରିମିୟର ଲିଗ୍‌ ୨୦୨୬ ପୂର୍ବରୁ ରାଜସ୍ଥାନ ରୟାଲ୍ସ ଏବଂ ମୁଖ୍ୟ କୋଚ୍‌ ରାହୁଲ ଦ୍ରାବିଡ଼ଙ୍କ ବାଟ ଅଲଗା ହୋଇଛି। ଫ୍ରାଞ୍ଚାଇଜ ପକ୍ଷରୁ ସୋସିଆଲ ମିଡିଆରେ ଶନିବାର ଏନେଇ ସୂଚନା ଦେଇଛନ୍ତି। ତେବେ ଦ୍ରାବିଡ଼ଙ୍କୁ ମୁଖ୍ୟ କୋଚ୍‌ ବଦଳରେ ଅନ୍ୟ ଏକ ପଦ ସମ୍ଭାଳିବା ପାଇଁ କୁହାଯାଇଥିଲା। ହେଲେ ସେ ତାକୁ ପ୍ରତ୍ୟାଖ୍ୟାନ କରିଥିବା କୁହାଯାଇଛି।
ଦ୍ରାବିଡ ଗତ ବର୍ଷ ଭାରତୀୟ ଟିମ୍‌ର ମୁଖ୍ୟ କୋଚ୍‌ଙ୍କୁ ପଦରୁ ହଟିବା ପରେ ରାଜସ୍ଥାନ ଟିମ୍‌ ସହ ଯୋଡ଼ି ହୋଇଥିଲେ। ଗୋଟିଏ ସିଜିନ ପରେ ମୁଖ୍ୟ କୋଚ୍‌ ପଦରୁ ଏଭଳି ସମୟରେ ଛୁଟି ହୋଇଛି ଯେତେବେଳେ ଫ୍ରାଞ୍ଚାଇଜ୍‌ ଏବଂ ଅଧିନାୟକ ସଞ୍ଜୁ ସାମସନଙ୍କ ମଧ୍ୟରେ ସବୁକିଛି ଠିକ୍‌ ଚାଲି ନ ଥିବା କଥା କୁହାଯାଉଥିଲା। ଏପରିକି ସଞ୍ଜୁ ରାଜସ୍ଥାନକୁ ଟ୍ରେଡ୍‌ ନଚେତ ରିଲିଜ କରିବାକୁ କହିଦେଇଥିଲେ।
ରାହୁଲ ଦ୍ରାବିଡଙ୍କୁ ପଦରୁ ହଟାଇବା ନେଇ ସୂଚନା ଦେଇ ଫ୍ରାଞ୍ଚାଇଜ କହିଛି ଯେ, ରାଜସ୍ଥାନ ରୟାଲ୍ସ ଆଜି ଘୋଷଣା କରୁଛି ଯେ ମୁଖ୍ୟ କୋଚ୍‌ ଦ୍ରାବିଡଙ୍କର ଆଇପିଏଲ୍‌ ୨୦୨୬ ପୂର୍ବରୁ ଫ୍ରାଞ୍ଚାଇଜ ସହ କାର୍ଯ୍ୟକାଳ ସମାପ୍ତ ହେବ। ରାହୁଲ ଅନେକ ବର୍ଷ ଧରି ସେ ତାଙ୍କ ଯାତ୍ରାର କେନ୍ଦ୍ରରେ ରହିଛି। ତାଙ୍କ ନେତୃତ୍ୱ ଖେଳାଳିମାନଙ୍କ ଗୋଟିଏ ପୀଢ଼ିକୁ ପ୍ରଭାବିତ କରିଥିଲା। ଏହା ନିଆରା ଛାପ ଛାଡ଼ିଥିଲା ବୋଲି ଦଳ କହିଛି।
କହିରଖୁଛୁ, ଆଇପିଏଲ୍‌ ୨୦୨୫ରେ  ରାଜସ୍ଥାନ ପ୍ରଦର୍ଶନ ଖରାପ ହୋଇଥିଲା। ଦଳ ୧୪ରୁ ୪ ମ୍ୟାଚ୍‌ ଜିତି ୯ ସ୍ଥାନରେ ରହିଥିଲା। ସଞ୍ଜୁ ଆଘାତ କାରଣରୁ ଅନେକେ ମ୍ୟାଚ୍‌ରେ ଇମ୍ପ୍ୟାକ୍ଟ ପ୍ଲେୟାର ଭାବେ ଖେଳୁଥିଲେ।