ନିର୍ବାଚନ ପାଇଁ ଆଜି କଂଗ୍ରେସର ଗୁରୁତ୍ୱପୂର୍ଣ୍ଣ ବୈଠକ, ପ୍ରାର୍ଥୀଙ୍କ ନାଁ ଉପରେ ମନ୍ଥନ କରିବେ ଗେହଲଟ-ପାଇଲଟ

ଜୟପୁର,୧୯।୮: ରାଜସ୍ଥାନରେ ହେବାକୁ ଥିବା ବିଧାନସଭା ନିର୍ବାଚନ ପାଇଁ ଗଠିତ କଂଗ୍ରେସର ‘ପ୍ରଦେଶ ନିର୍ବାଚନ କମିଟି’ର ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ଶନିବାର ଜୟପୁରରେ ଅନୁଷ୍ଠିତ ହେବ। ଯେଉଁଥିରେ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟ, ସଭାପତି ଗୋବିନ୍ଦ ସିଂ ଡୋଟାସରା, ସଚିନ ପାଇଲଟ ଏବଂ କମିଟିର ସମସ୍ତ ସଦସ୍ୟ ସାମିଲ ହେବେ। ଏହାକୁ କମିଟିର ଅଧ୍ୟକ୍ଷ ଡୋଟାସରା ନିଜେ ପରିଚାଳନା କରିବେ। ନିର୍ବାଚନ ପାଇଁ ଏହା ଏକ ଗୁରୁତ୍ୱପୂର୍ଣ୍ଣ କମିଟି। ଏହାକୁ ନେଇ କଂଗ୍ରେସରେ ଏକ ବଡ଼ ଆଲୋଡ଼ନ ସୃଷ୍ଟି ହୋଇଛି। ସୂଚନାନୁସାରେ, ଏହି ବୈଠକରେ କଂଗ୍ରେସ ଯେଉଁ ଆସନଗୁଡ଼ିକରେ ସୁର୍ବଳ ଅଛି ପ୍ରଥମେ ତାହା ଉପରେ ଚର୍ଚ୍ଚା ହେବ।

Share