Categories: Home Leftଖେଳ

ଆଜି ରାଜସ୍ଥାନ-ଚେନ୍ନାଇ ମହାମୁକାବିଲା, ବର୍ଷା ବିଗାଡ଼ି ପାରେ ମ୍ୟାଚ୍‌

ଗୌହାଟି,୩୦।୩: ରାଜସ୍ଥାନ ରୟାଲ୍ସ ଏବଂ ଚେନ୍ନାଇ ସୁପର କିଙ୍ଗସ ସୋମବାର IPL 2026ରେ ସେମାନଙ୍କ ଅଭିଯାନ ଆରମ୍ଭ କରିବେ। ଏହି ମୁକାବିଲା ଗୌହାଟିର ବରସାପାରା କ୍ରିକେଟ ଷ୍ଟାଡିୟମରେ ଖେଳାଯିବ। ଟସ୍‌ ସନ୍ଧ୍ୟା ୭ଟାରେ ହେବ। ହେଲେ ନିର୍ଦ୍ଧାରିତ ମ୍ୟାଚ୍‌ ସମୟରେ ବର୍ଷା ହେବାର ସମ୍ଭାବନା ରହିଛି। ବର୍ଷା ସମ୍ଭାବନା ୧୫ ପ୍ରତିଶତ ରହିଛି। ଏପରିକି ରାତି ପ୍ରାୟ ୯ଟାରେ ମଧ୍ୟ ବର୍ଷା ହେବାର ସମ୍ଭାବନା ନେଇ ପୂର୍ୱାନୁମାନ କରାଯାଇଛି।

ମ୍ୟାଚ୍‌ରେ MS ଧୋନି ଏବଂ ଡେୱାଲ୍ଡ ବ୍ରେଭିସ ଖେଳିବେ ନାହିଁ। ହେଲେ ମ୍ୟାଚ୍‌ ରୋମାଞ୍ଚକ ହେବ ବୋଲି ଅନୁମାନ କରାଯାଉଛି। ସଞ୍ଜୁ ସାମସନ ଚେନ୍ନାଇ ପାଇଁ ଡେବ୍ୟୁ କରିବେ। ହେଲେ ରବିନ୍ଦ୍ର ଜାଡେଜା ଚେନ୍ନାଇ ବିପକ୍ଷରେ ଖେଳିବା ପାଇଁ ଗୋଲାପୀ ଜର୍ସି ପିନ୍ଧି ପଡ଼ିଆକୁ ଓହ୍ଲାଇବେ।

ବରସାପାରା ଷ୍ଟାଡିୟମରେ IPL ରେକର୍ଡ

ଏହି ମ୍ୟାଚ ପୂର୍ୱରୁ ବରସାପାରାରେ ୬ଟି IPL ମ୍ୟାଚ୍‌ ଖେଳାଯାଇଛି। ଏଥିମଧ୍ୟରୁ ପ୍ରଥମେ ବ୍ୟାଟିଂ କରୁଥିବା ଦଳ ୩ଥର ମ୍ୟାଚ୍‌ ବିଜୟୀ ହୋଇଥିବା ବେଳେ ଲକ୍ଷ୍ୟ ପିଛା କରୁଥିବା ଦଳ ୨ଥର ବିଜୟୀ ହୋଇଛି। ତଥାପି, ଏକ ଆକର୍ଷଣୀୟ ପରିସଂଖ୍ୟାନ ହେଉଛି, ଏଠାରେ ୪ଥର, ଯେଉଁ ଦଳର ଅଧିନାୟକ ଟସ୍‌ ହାରିଛନ୍ତି, ସେହି ଦଳ ବିଜୟୀ ହୋଇଥିବା ରେକର୍ଡ ରହିଛି। ଏପରିକି ଟସ୍‌ ଜିତିଥିବା ଦଳ କେବଳ ଗୋଟିଏ ମ୍ୟାଚ୍‌ ଜିତି ପାରିଛନ୍ତି।

Share