Categories: Home Leftଖେଳ

ବଟଲରଙ୍କୁ ଲୋଭନୀୟ ଅଫର ଦେଇପାରେ ରାଜସ୍ଥାନ

ଲଣ୍ଡନ, ୨୯ା୬ ଇଂଲଣ୍ଡର ସୀମିତ ଓଭର ଅଧିନାୟକ ଜୋସ୍‌ ବଟଲରଙ୍କୁ ଲୋଭନୀୟ ଅଫର ସହ ବହୁବର୍ଷ ପାଇଁ ତାଙ୍କ ସହିତ ଚୁକ୍ତି କରିବା ଲାଗି ବିଚାର କରୁଛି ଇଣ୍ଡିଆନ ପ୍ରିମିୟର ଲିଗ୍‌ (ଆଇପିଏଲ୍‌) ଫ୍ରାଞ୍ଚାଇଜ୍‌ ରାଜସ୍ଥାନ ରୟାଲ୍ସ। ଅଧିକାଂଶ ଆଇପିଏଲ୍‌ ଫ୍ରାଞ୍ଚାଇଜଙ୍କର ବିଭିନ୍ନ ଘରୋଇ ଟି୨୦ ଲିଗ୍‌ରେ ସମ୍ପୃକ୍ତି ରହିଛି। ବର୍ତ୍ତମାନର ଢାଞ୍ଚା ଖେଳ ପ୍ରତି ବିପଦ ସୃଷ୍ଟି କରିପାରେ। ବହୁ ଟପ୍‌ ଇଣ୍ଟରନ୍ୟାଶନାଲ ଖେଳାଳି ସେମାନଙ୍କ ସେଣ୍ଟ୍ରାଲ କଣ୍ଟ୍ରାକ୍ଟରୁ ଓହରିଯାଇାରନ୍ତି। ଷ୍ଟାର ଫୁଟ୍‌ବଲ ଖେଳାଳିମାନେ ଯେପରି ଲୋଭନୀୟ ଅଫର ପାଇ ଗୋଟିଏ ଫୁଟ୍‌ବଲ କ୍ଲବ ସହ ଦୀର୍ଘମିଆଦି ଚୁକ୍ତି କରିଥାନ୍ତି। ଗୋଟିଏ ଫ୍ରାଞ୍ଚାଇଜ ସହ ଚୁକ୍ତି କରି ବିଭିନ୍ନ ଟୁର୍ନାମେଣ୍ଟରେ ଖେଳିବା ଲାଗି ହୁଏତ ଅନେକ କ୍ରିକେଟର ପସନ୍ଦ କରିପାରନ୍ତି। ହେଲେ ଇଂଲଣ୍ଡ କ୍ରିକେଟର ଏଥିରେ ରାଜି କି ଅରାଜି ତାହା ସ୍ପଷ୍ଟ ହୋଇ ନାହିଁ। କିନ୍ତୁ ରିପୋର୍ଟ ଅନୁସାରେ ଟି୨୦ ବିଶ୍ୱକପ୍‌ ବିଜୟୀ ଦଳର ଅଧିନାୟକଙ୍କ ନିୟୁତାଧିକ ପାଉଣ୍ଡ ବିନିମୟରେ ୪ ବର୍ଷିଆ ଚୁକ୍ତି କରିବାକୁ ଚାହୁଁଛି ଆଇପିଏଲ ଫ୍ରାଞ୍ଚାଇଜ ରାଜସ୍ଥାନ ରୟାଲ୍ସ। ନିର୍ଦ୍ଦିଷ୍ଟ ପରିମାଣ ସମ୍ପର୍କରେ କୌଣସି ସୂଚନା ନାହିଁ। ବଟଲରଙ୍କୁ ରାଜସ୍ଥାନ ରୟାଲ୍ସର ରନ୍‌ ମେସିନ କୁହାଯାଇଥାଏ। ୨୦୧୮ରେ ଏହି ଦଳରେ ଯୋଗ ଦେବା ପରେ ସେ ୭୧ଟି ମ୍ୟାଚ ଖେଳସାରିଛନ୍ତି। ସେ ୫ ଶତକ ଓ ୧୮ ଅର୍ଦ୍ଧଶତକ ହାସଲ କରିଛନ୍ତି। ବଟଲର ପାର୍ଲ ରାଜସ୍ଥାନ ରୟାଲ୍ସ ପାଇଁ ମଧ୍ୟ ଖେଳିଥାନ୍ତି।