Categories: Home Leftଖେଳ

ରାୟପୁର ODIରେ ଘଟଣା ଏଭଳି ଘଟିଲା, ଯାହା କେବେ କେହି ଭାବିନଥିଲେ, ଜାଣନ୍ତୁ କ’ଣ…

ନୂଆଦିଲ୍ଲୀ,୪।୧୨: ସହିଦ ବୀର ନାରାୟଣ ସିଂହ ଅନ୍ତର୍ଜାତୀୟ ଷ୍ଟାଡିୟମରେ ଭାରତ ବିପକ୍ଷରେ ଦ୍ୱିତୀୟ ଦିନିକିଆକୁ ଦକ୍ଷିଣ ଆଫ୍ରିକା ୪ ଉଇକେଯ୍‌ରେ ଜିତିଛି। ଏହି ମ୍ୟାଚରେ ଉଭୟ ଦଳ ମିଳିତ ଭାବରେ ୭୨୦ ରନ କରିଥିଲେ, ଯାହା ଭାରତ ଏବଂ ଦକ୍ଷିଣ ଆଫ୍ରିକା ମଧ୍ୟରେ ଦିନିକିଆ ଇତିହାସରେ ଉଭୟ ଦଳ ଦ୍ୱାରା ସର୍ବାଧିକ ସ୍କୋର।

ପ୍ରଥମେ ବ୍ୟାଟିଂ କରି ଭାରତ ନିର୍ଦ୍ଧାରିତ ୫୦ ଓଭରରେ ୫ ଉଇକେଟ୍‌ ହରାଇ ୩୫୮ ରନ କରିଥିଲା। ଜବାବରେ ଦକ୍ଷିଣ ଆଫ୍ରିକା ୪୯.୨ ଓଭରରେ ୬ ଉଇକେଟ୍‌ ହରାଇ ୩୬୨ ରନ କରିଥିଲା। ଏହାର ଅର୍ଥ ହେଉଛି ଦୁଇ ଦେଶ ମୋଟ ୭୨୦ ରନ କରିଥିଲେ।

ପୂର୍ବରୁ, ଭାରତ ଏବଂ ଦକ୍ଷିଣ ଆଫ୍ରିକା ନଭେମ୍ବର ୩୦ରେ ରାଞ୍ଚିରେ ଖେଳାଯାଇଥିବା ସିରିଜର ପ୍ରଥମ ଦିନିକିଆରେ ମୋଟ ୬୮୧ ରନ କରିଥିଲେ। କ୍ରିକେଟ ଇତିହାସରେ ଗୋଟିଏ ଦିନିକିଆରେ ସର୍ବାଧିକ ସ୍କୋରର ରେକର୍ଡ ଦକ୍ଷିଣ ଆଫ୍ରିକା ଏବଂ ଅଷ୍ଟ୍ରେଲିଆଙ୍କ ନାମରେ ଅଛି, ଯେଉଁମାନେ ୧୨ ମାର୍ଚ୍ଚ ୨୦୦୬ରେ ଜୋହାନ୍ସବର୍ଗରେ ଖେଳାଯାଇଥିବା ଏକ ମ୍ୟାଚରେ ମୋଟ ୮୭୨ ରନ କରିଥିଲେ।

ଏହି ମ୍ୟାଚରେ ପ୍ରଥମେ ବ୍ୟାଟିଂ କରି ଅଷ୍ଟ୍ରେଲିଆ ୪ ଉଇକେଟ୍‌ ହରାଇ ୪୩୪ ରନ କରିଥିଲା। ଜବାବରେ, ଦକ୍ଷିଣ ଆଫ୍ରିକା ୯ ଉଇକେଟ୍‌ ହରାଇ ୪୩୮ ରନ କରି ମ୍ୟାଚ ଜିତିଥିଲା।

 

Dharitri – The Largest & Most Trusted Odia Daily