ଲଘୁଚାପ ବର୍ଷାରେ ବେହାଲ କାଲିମେଳା ଅଞ୍ଚଳ: ଯୋଗାଯୋଗ ବିଚ୍ଛିନ୍ନ

କାଲିମେଳା, ୨/୯(ଜୀବନ କୃଷ୍ଣ ଦାସ): ମାଲାକାନଗିରି ଜିଲାରେ ଲଘୁଚାପ ବର୍ଷା ପାଇଁ ଅରେଞ୍ଜ ୱାର୍ନିିଂ ପାଣିପାଗ ବିଭାଗ ଘୋଷାଣା କରିଥିବା ବେଳେ ତେବେ ରାତି ତମାମ ଲଗାଣ ବର୍ଷା ଜାରି ରହିଛି। ଫଳରେ ୩୨୬ ଜାତୀୟ ରାଜପଥ ଉପରେ ଥିବା କାଙ୍ଗରକୋଣ୍ଡା ଏମ ଭି ୯୬, ଓ କନ୍ୟାଶ୍ରମର ବ୍ରିଜ ଉପରେ ୪/୫ ପୁଟ୍‌ର ବନ୍ୟା ପାଣି ପ୍ରବାହିତ ହେଉଥିବା ବେଳେ ମାଲକାନଗିରି ମୋଟୁ ଯୋଗାଯୋଗ ବିଚ୍ଛିନ୍ନ ହୋଇଛି । ଏହା ସହ କନ୍ୟାଶ୍ରମର ବ୍ରିଜ ବୁଡିବା ଫଳରେ କାଲିମେଳା ପଡିଆ ଯୋଗାଯୋଗ ବିଚ୍ଛିନ୍ନ ହୋଇଛି। ଏହା ଫଳରେ ରାସ୍ତାର ଉଭୟ ପାଶର୍‌ବରେ ବସ ଟ୍ରକ ନାନାଦି ଗାଡି ଅଟକି ରହିଛି। ବ୍ରିଜ୍‌ ପାଖରେ ପୋଲିସ ମୁତୟନ କରି ସାମ୍ଭବ୍ୟ ପରିସ୍ଥିତିକୁ ବ୍ଲକ ପୋଲିସ ପ୍ରଶାସନ ଜନସାଧାରଣ ଲୋକଙ୍କୁ ପାଣି ଭିତରକୁ ଯିବାକୁ ବାରଣ କରିବା ସହ ବ୍ରିଜ ନ ପାରିବା ପାଇଁ ସତର୍କ କରିଛି । ଏଥିପାଇଁ ଜିଲା ପ୍ରଶାସନ ଓ ବ୍ଲକ ପ୍ରଶାସନ ସଜାଗ ରହିଛି l

Share
Tags: odisha