କୋରାପୁଟ,୩୦।୧୦(ଅମିତାଭ ବେହେରା): ଗୁରୁବାର ଅପରାହ୍ନରେ କୋରାପୁଟ ଆକାଶରେ ଇନ୍ଦ୍ରଧନୁ ଦେଖାଯାଇଛି। ଗୁରୁବାର ଅପରାହ୍ନ ୫ଟା ସମୟରେ କୋରାପୁଟ ଭବାନୀନଗରସ୍ଥିତ ପୂର୍ବ ଆକାଶରେ ଏହା ଦେଖିବାକୁ ମିଳିଛି। ଅପରାହ୍ନରେ ହଠାତ ଝିପିଝିପି ବର୍ଷା ପରେ ଏହା ଦେଖିବାକୁ ମିଳିଛି। ଇନ୍ଦ୍ରଧନୁର ସାତରଙ୍ଗ ଦେଖିବାକୁ ରାସ୍ତାରେ ଯାଉଥିବା ଯାତ୍ରୀ କିଛି ସମୟ ପାଇଁ ସେଠାରେ ଅଟକି ରହି ଏହାର ଉପଭୋଗ କରିଥିଲେ।