Categories: Home Leftଖେଳ

ଆଇପିଏଲ୍‌ ପାଇଁ ନୂଆ ବ୍ୟାଟ୍‌ କିଣିଲେ ରାଇନା, ପନ୍ତ

ମିରଟ, ୨୬।୭: ବିଶ୍ୱର ସବୁଠାରୁ ବ୍ୟୟବହୁଳ ଟି୨୦ କ୍ରିକେଟ୍‌ ଟୁର୍ନାମେଣ୍ଟ ଇଣ୍ଡିଆନ ପ୍ରିମିୟର ଲିଗ୍‌ (ଆଇପିଏଲ୍‌)ର ତ୍ରୟୋଦଶ ସଂସ୍କରଣ ଆରମ୍ଭ ନେଇ ତାରିଖ ସ୍ପଷ୍ଟ ହୋଇଯିବା ପରେ ଖେଳାଳିମାନେ ଚଳଚଞ୍ଚଳ ହୋଇଉଠିଛନ୍ତି। ଆଇପିଏଲ୍‌ ପାଇଁ କିଛିଦିନ ହେବ ପୂର୍ବରୁ ଜୋର୍‌ଦାର ପ୍ରସ୍ତୁତି ଆରମ୍ଭ କରିଦେଇଥିବା ଦୁଇ ଭାରତୀୟ କ୍ରିକେଟର୍‌ ସୁରେଶ ରାଇନା ଓ ରିଷଭ ପନ୍ତ ନୂଆ ବ୍ୟାଟ୍‌ କିଣିଥିବା ଜଣାପଡ଼ିଛି। ରାଇନା ଓ ପନ୍ତ ଶନିବାର ମିରଟ ପରତାପୁରସ୍ଥିତ କ୍ରୀଡ଼ା ଉପକରଣ ପ୍ରସ୍ତୁତକାରୀ କମ୍ପାନୀ ଏସ୍‌ଜିରେ ପହଞ୍ଚତ୍ଥିଲେ। ସେଠାରେ ଉଭୟ ୨ ଘଣ୍ଟା କାଳ ରହି ନିଜ ମନ ପସନ୍ଦ ଅନୁଯାୟୀ ବ୍ୟାଟ୍‌ କାରିଗରଙ୍କୁ ବରାଦ ଦେଇ ତିଆରି କରିଥିଲେ। ରାଇନା ଓ ପନ୍ତ ଏକ କେଜି ୧୭୦ ଗ୍ରାମର ଓଜନର ୮ଟି ବ୍ୟାଟ୍‌ ବରାଦ ଦେଇ ତିଆରି କରିଥିଲେ। ଯେଉଁଥିରୁ ଉଭୟ ୪ ଲେଖାଏ ବ୍ୟାଟ୍‌ ନେବେ ବୋଲି ଜଣାପଡ଼ିଛି। ଏଥିସହ କାରିଗରଙ୍କ ପାଖରେ ବସି ସବୁ ବ୍ୟାଟ୍‌ର ଷ୍ଟୋକ୍‌କୁ ମଧ୍ୟ ଚେକ୍‌ କରିଥିଲେ। ଏହି ଅବସରରେ ଏସ୍‌ଜି କମ୍ପାନୀର ମ୍ୟାନେଜର ସୌରଭ ଗୁପ୍ତା ଉଭୟ ରାଇନା ଓ ପନ୍ତଙ୍କୁ ଫ୍ୟାକ୍ଟ୍ରି ମଧ୍ୟରେ ବୁଲାଇ ବ୍ୟାଟ୍‌ ଦେଖାଇବାରେ ସହାୟତା କରିଥିଲେ। ଏହି ବ୍ୟାଟ୍‌ କିଣା ଭିଡିଓକୁ ରାଇନା ତାଙ୍କ ଟୁଇଟର୍‌ ଓ ଇନ୍‌ଷ୍ଟାଗ୍ରାମ ଆକାଉଣ୍ଟରେ ଅପ୍‌ଲୋଡ୍‌ କରିଛନ୍ତି। କମ୍ପାନୀରେ ପହଥିବା ପୂର୍ବରୁ ଭାରତୀୟ କ୍ରିକେଟ୍‌ ଦଳର ଏହି ଦୁଇ ବାମହାତୀ ବ୍ୟାଟ୍ସମ୍ୟାନ ହାତ ସାନିଟାଇଜର କରୁଥିବାର ଦେଖିବାକୁ ମିଳିଛି। ବ୍ୟାଟ୍‌ କିଣି ସାରିବା ପରେ ରାଇନା ତାଙ୍କ ଶ୍ୱଶୁର ଘରକୁ ଯାଇଥିବା ଜଣାପଡ଼ିଛି।