ମାଡ଼ି ଚାଲିଛି ମୌସୁମୀ, ୨୨ ରାଜ୍ୟକୁ ବର୍ଷା ଆଲର୍ଟ

ନୂଆଦିଲ୍ଲୀ, ୨୨।୬: ଓଡ଼ିଶା, ପଶ୍ଚିମବଙ୍ଗ ଏବଂ ବିହାର ଦେଇ ଏବେ ମୌସୁମୀ ଧିରେ ଧିରେ ଉତ୍ତର ପ୍ରଦେଶ ଆଡ଼କୁ ଅଗ୍ରସର ହେଉଛି । ଆଗାମୀ ୩-୪ ଦିନ ମଧ୍ୟରେ ଏହା ଉତ୍ତର ଆରବ ସାଗର, ଗୁଜୁରାଟ, ମହାରାଷ୍ଟ୍ରର ବର୍ଷା ହୋଇନଥିବା ଅଞ୍ଚଳ, ମଧ୍ୟ ପ୍ରଦେଶ, ଛତିଶଗଡ଼, ଓଡ଼ିଶା, ପଶ୍ଚିମବଙ୍ଗର ଗଙ୍ଗା ଉପକୂଳ ଅଞ୍ଚଳ, ଝାଡ଼ଖଣ୍ଡ, ବିହାର ଏବଂ ପୂର୍ବ ଉତ୍ତର ପ୍ରଦେଶର କିଛି ଭାଗରେ ମୌସୁମୀ ଆଗକୁ ବଢ଼ିବା ପାଇଁ ସ୍ଥିତି ଅନୁକୂଳ ହୋଇଛି । ଏହି ରାଜ୍ୟଗୁଡ଼ିକରେ ଏବେ ଗରମରୁ ଲୋକଙ୍କୁ ମୁକ୍ତି ମିଳିଛି ।

ଆସାମରେ ସୃଷ୍ଟି ହୋଇଥିବା ଚକ୍ରବର୍ତ୍ତୀ ବାୟୁ କ୍ଷେତ୍ର କାରଣରୁ ଆଗାମୀ ୫ ଦିନ ଅରୁଣାଚଳ ପ୍ରଦେଶ, ଆସାମ, ମେଘାଳୟ, ନାଗାଲାଣ୍ଡ, ମଣିପୁର, ମିଜୋରାମ, ତ୍ରିପୁରା ଆଦି ରାଜ୍ୟରେ ଝଡ଼ ବର୍ଷା ହେବାର ସମ୍ଭାବନା ରହିଛି । ଏହି ସମୟରେ ୩୦-୪୦ ବେଗରେ ପବନ ବହିବା ନେଇ ମଧ୍ୟ ଅନୁମାନ କରାଯାଉଛି । ଆନ୍ୟପଟେ ୨୨ଟି ରାଜ୍ୟକୁ ମୌସୁମୀ କାରଣରୁ ବର୍ଷା ହେବା ନେଇ ଆଲର୍ଟ ଜାରି କରିଛି ପାଣିପାଗ ବିଭାଗ ।

Share
Tags: monsoonrain