ରାଇକିଆ,୫।୧୦(ପ୍ରଦୀପ ବେହେରା): କନ୍ଧମାଳ ଜିଲା ରାଇକିଆ ବ୍ଲକ ଅଧ୍ୟକ୍ଷ ପ୍ରିତମ ପ୍ରଧାନଙ୍କ ବିରୋଧରେ ହୋଇଥିବା ଅନାସ୍ଥା ଭୋଟରେ ସେ ତାଙ୍କର ପଦବୀ ହରାଇଛନ୍ତି । ଗତ ସେପ୍ଟେମ୍ବର ୨୬ ତାରିଖରେ ଅନାସ୍ଥା ପ୍ରସ୍ତାବ ଉପରେ ଓଡ଼ିଶା ପଞ୍ଚାୟତ ସମିତି ଆଇନ ୧୯୫୯ର ଧାରା ୪୬- ବି ପ୍ରକାରେ ହୋଇଥିବା ସ୍ବତନ୍ତ୍ର ବୈଠକରେ ଅନୁଷ୍ଠିତ ଭୋଟରେ ଫଳାଫଳ ଅନାସ୍ଥା ପ୍ରସ୍ତାବ ସପକ୍ଷରେ ଯାଇଥିଲା। ଦୁଇ ତୃତୀୟାଂଶରୁ ଊର୍ଦ୍ଧ୍ବ ସମର୍ଥନ ଭୋଟରେ ପ୍ରସ୍ତାବ ଗୃହିତ ହୋଇଥିଲା । ଫଳରେ ଜିଲାପାଳଙ୍କ ଆଦେଶ ପତ୍ର ସଂଖ୍ୟା ୧୪୨୫/୨୦୨୫ ମାଧ୍ୟମରେ ପଦଚ୍ୟୁତ କରାଯାଇଥିବା ନେଇ ବିଜ୍ଞପ୍ତି ପ୍ରକାଶ ପାଇଛି । ଏଥି ସହ ଅଧ୍ୟକ୍ଷଙ୍କ ସମସ୍ତ ଦାୟିତ୍ୱ ଭାର ଉପାଧ୍ୟକ୍ଷ ରିନା ପ୍ରଧାନଙ୍କୁ ହସ୍ତାନ୍ତର ପାଇଁ ମଧ୍ୟ ଆଦେଶ ପତ୍ରରେ ନିର୍ଦ୍ଧେଶ ରହିଛି ।