ପାନ ଦୋକାନରେ ଚଢାଉ : ତମାଖୁ ଉତ୍ପାଦ ବିକ୍ରି କରି ଗଣିଲେ ତଣ୍ଡ

ବରଗଡ଼, ୩୧।୧(ପ୍ରେମାନନ୍ଦ ଖମାରୀ):ବରଗଡ ଜିଲା ସ୍ବାସ୍ଥ୍ୟ, ପୋଲିସ ଏବଂ ଅବକାରୀ ବିଭାଗ ପକ୍ଷରୁ ଶୁକ୍ରବାର ଏକ ମିଳିତ କାର୍ଯ୍ୟକାରୀ ସ୍କ୍ବାଡ୍‌ ଗଠିତ ହୋଇ ତମାଖୁ ନିୟନ୍ତ୍ରଣ ନିୟମ ଭାଙ୍ଗି ସର୍ବସାଧାରଣ ସ୍ଥାନରେ ତମାଖୁ ଉତ୍ପାଦ ବିକ୍ରି କରୁଥିବା ୧୭ ଜଣଙ୍କଠାରୁ ସମୁଦାୟ ୩୨୦୦ ଟଙ୍କା ଜରିମାନା ଆଦାୟ କରାଯାଇଛି। ଏହାସହିତ ହୋଟେଲ, ଠେଲାମାନଙ୍କୁ ସଫା ପାଣି ଦେବା, ସଫା ସୁତୁରା ପରିବେଶ ରଖିବା, ବାସି ଖାଦ୍ୟ ନ ଦେବା, ଖାଦ୍ୟରେ ରଙ୍ଗ ବ୍ୟବହାର ନ କରିବା, ଖବରକାଗଜରେ ଖାଦ୍ୟ ସାମଗ୍ରୀ ନ ଦେବା, ଭେଷଜ ବ୍ୟବସାୟୀମାନଙ୍କୁ ନାରକୋଟିକ ଔଷଧଗୁଡ଼ିକ ଡାକ୍ତରଙ୍କ ବିନା ପରାମର୍ଶରେ ବିକ୍ରି ନ କରିବା ଏବଂ ତମାଖୁ ବ୍ୟବହାରର କ୍ଷତି ବିଷୟରେ ସଚେତନ କରାଯାଇଥିଲା। ଉକ୍ତ ସ୍କ୍ବାଡ୍‌ରେ ଜିଲା ଖାଦ୍ୟ ସୁରକ୍ଷା ଅଧିକାରୀ ପରମେଶ୍ୱର ନାଏକ, ଜିଲା ପରମର୍ଶଦାତା ସ୍ବାଗତିକା ବେହେରା, ଜିଲା ଭେଷଜ ନିରୀକ୍ଷକ ଦୀପକ କୁମାର ସିଂହ, ପୋଲିସ ଏଏସ୍‌ଆଇ ପିତବାସ ପଟେଲ, ଅବକାରୀ ଏଏସ୍‌ଆଇ ମଳୟ କୁମାର ପଧାନ ଏବଂ ସେମାନଙ୍କ ଟିମ୍‌ ସହିତ ଉପସ୍ଥିତ ଥିଲେ।

 

Dharitri – Odisha’s No.1 Odia Daily