ଭଦ୍ରକ, ୧୭।୧(ସନାତନ ରାଉତ): ଅବୈଧ ଗୋ ଚାଲାଣ ଅଭିଯୋଗରେ କେନ୍ଦୁଝର ପୋଲିସ ଭଦ୍ରକ ପୁରୁଣା ବଜାର ଥାନାରେ ମୁଲ୍ଲା ସାହିରେ ଶେଖ ତାଜଉଦ୍ଦିନ ଘରେ ଚଢ଼ାଉ କରିଛି l ଶନିବାର ଭୋର ସମୟରୁ ଚଢ଼ାଉ ଆରମ୍ଭ ହୋଇଥିଲାବେଳେ ୭୦ ଲକ୍ଷରୁ ଉର୍ଦ୍ଧ୍ୱ ଟଙ୍କା ବାହାରିଲାଣି l ଜଣେ ଗୋ ମାଫିଆଙ୍କ ଘରୁ ଏତେ ପରିମାଣର ଟଙ୍କା ବାହାରିବା ଘଟଣା ତାଜୁବ କରିଛି l ତେବେ ଏତେ ପରିମାଣ ଟଙ୍କା କେଉଁଠୁ ଆସିଲା ସେନେଇ ପୋଲିସ ତଦନ୍ତ ଜାରି ରଖିଛି l ଘର ଆଗରେ ଥିବା ସ୍କର୍ପିଓ ଗାଡିକୁ ମଧ୍ୟ ଯାଞ୍ଚ କରିଛି l ବେଆଇନ ଗୋତସ୍କରି ଲିଙ୍କ ଅଭିଯୋଗରେ କେନ୍ଦୁଝରର ବିଭିନ୍ନ ଥାନାରେ ବହୁ ମାମଲା ତାଙ୍କ ନାମରେ ରହିଛି l କେନ୍ଦୁଝର ପୋଲିସ ସର୍ଚ୍ଚ ୱାରେଣ୍ଟ ସହ ଭଦ୍ରକ ପୋଲିସ ସହ ମିଳିତ ଭାବେ ଚଢ଼ାଉ କରିଛି l ୨ ପ୍ଲାଟୁନ ଫୋର୍ସ ମୁତୟନ ହୋଇଛନ୍ତି। କେନ୍ଦୁଝର ସଦର ଏସଡିପିଓ ସୁଦର୍ଶନ ଗଙ୍ଗୋଇଙ୍କ ନେତୃତ୍ୱରେ ଏହି ଚଢାଉ ଜାରିରହିଛି। ଟଙ୍କା ଗଣିବାକୁ ଦୁଇଟି ମେଶିନ ଲାଗିଥିବା ବେଳେ ସୁନା ରୁପା ଓଜନ କରିବା ପାଇଁ ଜଣେ ବଣିଆକୁ ନିୟୋଜିତ କରାଯାଇଛି l